
ନୂଆଦିଲ୍ଲୀ: ଦେଶରେ ୨୮,୨୦୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ୧୪୭ ଦିନରେ ଏହା ଦେଶରେ ସବୁଠୁ କମ୍ ସଂକ୍ରମଣ। ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ୩୭୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ସକ୍ରିୟ ମାମଲା ୪ ଲକ୍ଷ ତଳକୁ ଖସି ଯାଇଛି। ଦେଶରେ ୧୩୯ ଦିନରେ ସବୁଠୁ କମ୍ ସକ୍ରିୟ ମାମଲା ହୋଇଛି। ସକ୍ରିୟ ମାମଲା ଦେଶର ମୋଟ୍ ସଂକ୍ରମଣ ମାମଲାର ୧.୨୧ ପ୍ରତିଶତ। ଗତ ୨୪ ଘଣ୍ଟାରେ ଦେଶରେ ୪୧,୫୧୧ ଜଣ କରୋନାରୁ ସୁସ୍ଥ ହେବା ଫଳରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩୧,୧୮୦,୯୬୮କୁ ବୃଦ୍ଧି ପାଇଛି। ଦେଶରେ ଆରୋଗ୍ୟ ହାର ୯୭.୪୫ ପ୍ରତିଶତକୁ ବୃଦ୍ଧି ପାଇଛି।
ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୧,୯୯୮,୧୫୮ ଏବଂ କରୋନା ମୃତ୍ୟୁସଂଖ୍ୟା ୪,୨୮,୬୮୨ରେ ପହଞ୍ଚିଛି। ଦେଶରେ ମୃତ୍ୟୁହାର ୧.୩୪ ପ୍ରତିଶତ ଏବଂ ଦୈନିକ ପଜିଟିଭ୍ ହାର ୧.୮୭ ପ୍ରତିଶତ ରହିଛି । ଗତ ୧୫ ଦିନ ଧରି ଦେଶରେ ଦୈନିକ ପଜିଟିଭ୍ ହାର ୩ ପ୍ରତିଶତ ତଳେ ଅଛି। ଅନ୍ୟପକ୍ଷେ ସାପ୍ତାହିକ ପଜିଟିଭ୍ ହାର ୨.୩୬ ପ୍ରତିଶତ ରହିଛି। ୫ ରାଜ୍ୟ କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ , ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକରେ ୭୮.୩ ପ୍ରତିଶତ ମାମଲା ଚିହ୍ନଟ ହୋଇଛି। କେରଳରେ ୧୩,୦୪୯ ମାମଲା ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୪,୫୦୫, ତାମିଲନାଡ଼ୁରେ ୧୯୨୯, ଆନ୍ଧ୍ରପ୍ରଦେଶରେ ୧୪୧୩ ଏବଂ କର୍ଣ୍ଣାଟକରେ ୧୧୮୬ ମାମଲା ଚିହ୍ନଟ ହୋଇଛି। ନୂଆ ମାମଲାର ୪୬.୨୭ ପ୍ରତିଶତ କେବଳ କେରଳରୁ ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟାରେ କେରଳରେ ସର୍ବାଧିକ ୧୦୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମହାରାଷ୍ଟ୍ରରେ ୬୮ ଜଣଙ୍କ ମୃତ୍ୟୁ ହୋଇଛି।
The post ୧୪୭ ଦିନରେ ସବୁଠୁ କମ୍ ସଂକ୍ରମଣ, ୪ ଲକ୍ଷ ତଳକୁ ଖସିଲା ସକ୍ରିୟ ମାମଲା first appeared on Sambad.from କରୋନା | Sambad https://ift.tt/3lWd62T
0 Comments