
ନୂଆଦିଲ୍ଲୀ: କୋଭିଡ୍ର ନୂଆ ପ୍ରଜାତି ସି.୧.୨ ଅଧିକ ସଂକ୍ରାମକ ହୋଇପାରେ। ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ଏହି ପ୍ରଜାତି ଅନ୍ୟ ରାଷ୍ଟ୍ରରେ ବି ଚିହ୍ନଟ ହେଲାଣି। ଏହା ଆଗକୁ ଅଧିକ ସଂକ୍ରାମକ ହୋଇପାରେ। ଟିକାର ସୁରକ୍ଷା ବି ଏହି ପ୍ରଜାତି ବିରୋଧରେ କାମ ଦେବନାହିଁ ବୋଲି କୁହାଯାଇଛି। ଦକ୍ଷିଣ ଆଫ୍ରିକାର ଏନ୍ଆଇସିଡି (ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ କମ୍ୟୁନିକେବଲ୍ ଡିଜିଜ୍) କେଆରଆଇଏସ୍ପି (କ୍ବାଜୁଲୁ ନାଟାଲ ରିସର୍ଚ୍ଚ ଇନୋଭେସନ୍ ଆଣ୍ଡ୍ ସିକ୍ବେନ୍ସିଂ ପ୍ଲାଟଫର୍ମ୍) ବୈଜ୍ଞାନିକଙ୍କ ଦ୍ବାରା ହୋଇଥିବା ଅଧ୍ୟୟନ ଅନୁଯାୟୀ ସି.୧.୨ ଅଧିକ ସଂକ୍ରାମକ। ଏହା ପ୍ରଥମେ ମେ’ରେ ଚିହ୍ନଟ ହୋଇଥିଲା। ତେବେ ଅଗଷ୍ଟ ୧୩ ସୁଦ୍ଧା ଏହି ପ୍ରଜାତି ଚୀନ୍, ମରିସସ୍, ଇଂଲଣ୍ଡ୍, ନ୍ୟୁଜିଲାଣ୍ଡ୍, ପର୍ତୁଗାଲ, ସ୍ବିଜରଲାଣ୍ଡରେ ଚିହ୍ନଟ ହେଲାଣି। ଏହି ନୂଆ ପ୍ରଜାତି ସି.୧.୨ ଅନ୍ୟ ପ୍ରଜାତି ତୁଳନାରେ ଅଧିକ ରୂପାନ୍ତରିତ ହେଉଛି।
The post ନୂଆ କୋଭିଡ୍ ପ୍ରଜାତି ସି.୧.୨ ଅଧିକ ସଂକ୍ରାମକ first appeared on Sambad.from କରୋନା | Sambad https://ift.tt/3yxFTxr
0 Comments