
ଭୁବନେଶ୍ବର: ତୃତୀୟ ଲହରରେ ପିକ୍ ବଢିପାରେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭାରତ ସରକାରଙ୍କ ପକ୍ଷରୁ ପାର୍ବଣରେ କଟକଣା ଜାରି ରଖିବା ପାଇଁ କୁହାଯାଇଛି। ରାଜ୍ୟ ସରକାର ଏହା ଉପରେ ନଜର ରଖିଛନ୍ତି। ସଠିକ୍ ସମୟରେ ରାଜ୍ୟ ସରକାର ପାର୍ବଣ ପାଇଁ ନୂଆ ଗାଇଡଲାଇନ ଆଣିବେ।
ଏହାଛଡ଼ା ଆମେ ସର୍ଭିଲାନ୍ସ ଓ କଣ୍ଟାକ୍ଟ ଟ୍ରେସିଂ ଜାରି ରଖିଛୁ। ଆମେ ଦ୍ଵିତୀୟ ଲହରରେ ପିକରେ ଆନୁମାନିକ ୧୦ ହଜାର ପର୍ଯ୍ୟନ୍ତ ଯାଇଛୁ। ଏବେ ସ୍ଥିତି ଭଲ ଅଛି। ଆକଳନ ଅନୁସାରେ ତୃତୀୟ ଲହରରେ ପିକ୍ ବଢିପାରେ। ଏଥିଲାଗି ଆମେ ପ୍ରସ୍ତୁତ ରହିଛୁ।
ଏଣେ ବିଏମସି କମିସନର ସଞ୍ଜୟ ସିଂ କହିଛନ୍ତି, ତୃତୀୟ ଲହର ଲାଗି ଆମେ ସମ୍ପୂର୍ଣ ପ୍ରସ୍ତୁତ ଅଛୁ, ଟିକାକରଣ ପ୍ରାୟ ଶେଷ ହୋଇଛି, ଯେଉଁମାନେ ବାକି ରହିଛନ୍ତି ସେମାନଙ୍କର ଟିକାକରଣ ଚାଲିଛି, କିନ୍ତୁ ପ୍ରାୟ ଲକ୍ଷ୍ୟ ହାସଲ ହୋଇଛି।
The post ତୃତୀୟ ଲହରରେ ପିକ୍ ବଢିପାରେ: ସ୍ୱାସ୍ଥ୍ୟ ନିର୍ଦେଶକ first appeared on Sambad.
from କରୋନା | Sambad https://ift.tt/3ynmOxZ
0 Comments