
ଭୁବନେଶ୍ବର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ପୂର୍ବରୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୩ଶହ ଉପରେ ରହୁଥିଲା। ଗତ ତିନି ଦିନ ହେବ ଏହି ସଂଖ୍ୟା ୩ଶହ ତଳକୁ ଖସି ଆସିଛି। ଏହାସହ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ଗତକାଲି ୨୩୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୧୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪ ହଜାର ୪୯୨ରେ ପହଞ୍ଚିଛି। ସେହିପରି ମୋଟ ସୁସ୍ଥଙ୍କ ସଂଖ୍ୟା ଏକ ଲକ୍ଷ ଅତିକ୍ରମ କରିଛି। ଆଜି ସୁଦ୍ଧା ୧ ଲକ୍ଷ ୩୪୦ ଜଣ ସୁସ୍ଥ ହୋଇଥିବା ବିଏମ୍ସି ଦର୍ଶାଇଛି। ସୁସ୍ଥଙ୍କ ସଂଖ୍ୟା ବଢ଼ୁଥିଲେ ମଧ୍ୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା କମୁନାହିଁ। ଏହି ସଂଖ୍ୟା ଗତକାଲି ୩୧୪୨ ରହିଥିବା ବେଳେ ଆଜି ୩୧୫୩ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଚିହ୍ନଟ ହୋଇଥିବା ୧୯୭ ଆକ୍ରାନ୍ତଙ୍କ ମଧ୍ୟରୁ ପୁରୁଣା ଭୁବନେଶ୍ବରରୁ ସର୍ବାଧିକ ୧୦ଜଣ, ନୂ୍ଆପଲ୍ଲୀ ଓ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୮ଜଣ, ବରମୁଣ୍ଡା, ପଟିଆ, ୟୁନିଟ୍-୮ ଓ ସୁନ୍ଦରପଦା ଅଞ୍ଚଳରୁ ୭ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
The post ରାଜଧାନୀରେ ୧୯୭ କରୋନା ଆକ୍ରାନ୍ତ first appeared on Sambad.from କରୋନା | Sambad https://ift.tt/37VZzQM
0 Comments