
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଅତିକ୍ରମ କରିଛି। ଗୁରୁବାର ଗୋଟିଏ ଦିନରେ ୨୬୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧ ହଜାର ୧୨୮ରେ ପହଞ୍ଚିଛି। ସେହିଭଳି ଏକ ସପ୍ତାହ ହେବ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି।
ଗତକାଲି ଏହି ସଂଖ୍ୟା ୨୬୨୪ ଥିବା ବେଳେ ଗୁରୁବାର ୨୬୩୩ ରହିଛି। ଗତକାଲି ସୁସ୍ଥଙ୍କ ସଂଖ୍ୟା ୨୦୪ ରହିଥିବା ବେଳେ ଗୁରୁବାର ଏହି ସଂଖ୍ୟା ୨୩୫ ରହିଛି। ଗତ କାଲି ମୃତ୍ୟୁ ସଂଖ୍ୟା ୧୧ ଥିବା ବେଳେ ଗୁରୁବାର ମଧ୍ୟ ୧୧ ଦର୍ଶାଯାଇଛି। ଗୁରୁବାର ଚିହ୍ନଟ ହୋଇଥିବା ୨୫୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଖଣ୍ଡଗିରିରେ ସର୍ବାଧିକ ୨୨ ଜଣ ରହିଥିବା ବେଳେ ନୂଆପଲ୍ଲୀରେ ୧୮, ପଟିଆରେ ୧୫, ପୁରୁଣା ଭୁବନେଶ୍ବର ଓ ରସୁଲଗଡ଼ରେ ୯ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
The post ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିଲା first appeared on Sambad.from କରୋନା | Sambad https://ift.tt/3Af2q3f
0 Comments