
ବାରଙ୍ଗ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆସନ୍ତା ମଙ୍ଗଳବାର ଖୋଲିବାକୁ ଯାଉଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ନନ୍ଦନକାନନ ନିର୍ଦେଶକ ମନୋଜ କୁମାର ମହାପାତ୍ରଙ୍କ ସୂଚନା ଅନୁସାରେ ରାଜ୍ୟ ସରକାର କୋଭିଡ କଟକଣା କୋହଳ କରିଛନ୍ତି। ଫଳରେନନ୍ଦନକାନନକୁ ଖୋଲିବାର ବାଟ ଫିଟିଛି । ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ହେଇଥିଲା, ଯେଉଁଥିରେ ଜଙ୍ଗଲ ବିଭାଗ ସଚିବ, ବନ୍ୟପ୍ରାଣୀ ବିଭାଗ ପିସିସିଏଫଙ୍କ ସହ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ତେବେ ସୋମବାର କିମ୍ବା ମଙ୍ଗଳବାର ଦିନ ଏହା ଚୂଡାନ୍ତ ନିଷ୍ପତି ନିଆଯିବର ଥିଲା। ହେଲେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆସନ୍ତା ମଙ୍ଗଳବାର ଦିନ ଖୋଲିବା ପାଇଁ ନିଷ୍ପତି ନିଆଯାଇଛି। ଆଉ ବୋଟିଂ, ସଫାରୀ, ଟୟ ଟ୍ରେନ ଆଦି ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ କି ନାହିଁ ସେହି ନିଷ୍ପତି ପରେ ହେବ । ତେବେ ସମସ୍ତ ପୂର୍ବ ପ୍ରସ୍ତୁତିକୁ ସାରିଲା ପରେ ଯାଇଁ ଏହା ଖୋଲାଯିବ, ଯେଉଁଥି ପାଇଁ କର୍ମଚାରୀମାନଙ୍କୁ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ସାରିବାକୁ ନିର୍ଦେଶ ଦିଆଯାଇଛି। ଏହି ୧୫ ଦିନ ମଧ୍ୟରେ ଏହିସବୁକୁ ଖୋଲିବାକୁ ଯୋଜନା କରାଯାଇଛି।
ପୂର୍ବଥର ଭଳି ଏଥର ମଧ୍ୟ ସେହିଭଳି ସରକାରଙ୍କ କୋଭିଡ କଟକଣାକୁ ପାଳନ କରାଯିବ। ପର୍ଯ୍ୟଟକଙ୍କ ପାଇଁ ମାସ୍କ, ସାନିଟାଇଜର ବାଧ୍ୟତାମୂଳକ ରହିବ । ସାମାଜିକ ଦୂରତା ସହ ଥର୍ମାଲ ଟେଂପ୍ରଚର ମପାଯିବ। କାଶ, ଥଣ୍ଡା, ଜ୍ୱର ଆଦି ଲକ୍ଷଣ ଥିବା ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ଦିଆଯିବ ନାହିଁ। ଅଧିକ ବୟସ୍କ ଓ ଛୋଟ ପିଲାଙ୍କୁ ପ୍ରବେଶ ଲାଗି ବାରଣ ଅଛି।
The post ଖୁସି ଖବର; ପର୍ଯ୍ୟଟକଙ୍କ ପାଇଁ ମଙ୍ଗଳବାର ଠାରୁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ first appeared on Sambad.from କରୋନା | Sambad https://ift.tt/2V34j4l
0 Comments