
ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୨୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୯୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୯୬ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ -କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୭୯ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
Covid-19 Report For 16th August
New Positive Cases: 720
Of which 0-18 years: 96
In quarantine: 421
Local contacts: 299(Details of local contacts will be shared by concerned Dist Administration)
District Wise Cases:
1. Angul: 15
2. Balasore: 19
3. Bargarh: 2— I & PR Department, Odisha (@IPR_Odisha) August 17, 2021
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୫ ଜଣ, ବାଲେଶ୍ୱରରୁ ୧୯ ଜଣ, ବରଗଡ଼ରୁ ୨ ଜଣ, ଭଦ୍ରକରୁ ୨୨ ଜଣ, ବଲାଙ୍ଗୀରରୁ ୪ ଜଣ,ବୌଦ୍ଧରୁ ୧, କଟକରୁ ୯୧ ଜଣ, ଦେବଗଡ଼ରୁ ୫ ଜଣ, ଢେଙ୍କାନାଳରୁ ୧୫ ଜଣ, ଗଞ୍ଜାମରୁ ୫ ଜଣ, ଜଗତସିଂହପୁରରୁ ୩୩ ଜଣ, ଯାଜପୁରରୁ ୨୮ ଜଣ, ଝାରସୁଗୁଡ଼ାରୁ ୩ ଜଣ, କଳାହାଣ୍ଡିରୁ ୫ ଜଣ, କନ୍ଧମାଳରୁ ୯ ଜଣ, କେନ୍ଦ୍ରାପଡ଼ାରୁ ୧୨ ଜଣ, କେଉଁଝରରୁ ୧୧ ଜଣ, ଖୋର୍ଦ୍ଧାରୁ ୨୭୯ ଜଣ, କୋରାପୁଟରୁ ୩ ଜଣ, ମାଲକାନଗିରିରୁ ୪ ଜଣ, ମୟୁରଭଞ୍ଜରୁ ୨୯ ଜଣ, ନବରଙ୍ଗପୁରୁ ୧, ନୟାଗଡ଼ରୁ ୧୮ ଜଣ, ନୂଆପଡ଼ାରୁ ୨, ପୁରୀରୁ ୧୬ ଜଣ, ରାୟଗଡ଼ାରୁ ୮ ଜଣ, ସମ୍ୱଲପୁରରୁ ୬ ଜଣ, ସୋନପୁରରୁ ୩, ସୁନ୍ଦରଗଡ଼ରୁ ୧୧ ଓ ଷ୍ଟେଟ ପୁଲରୁ ୬୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୯, ୯୬, ୧୫୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୯, ୭୯, ୪୦୭ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୯, ୬୭୨ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।
from କରୋନା | Sambad https://ift.tt/3y3Czdn
0 Comments