
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୭୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି | ନୂଆ ପଜିଟିଭଙ୍କ ମଧ୍ୟରେ ୬୨୬ ଜଣ ସଙ୍ଗରୋଧରୁ ଜଣାପଡିଥିବାବେଳେ ୪୫୨ ଜଣ ସ୍ଥାନୀୟ ସଂକ୍ରମଣରୁ ରହିଛନ୍ତି | ନୂଆ ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ଅନୁଗୁଳରୁ ୨୬, ବାଲେଶ୍ୱରରୁ ୪୫, ବରଗଡ଼ରୁ ୬, ଭଦ୍ରକରୁ ୨୫, ବଲାଙ୍ଗୀରରୁ ୪, ବୌଦ୍ଧରୁ ଜଣେ, କଟକରୁ ୧୪୭, ଦେବଗଡରୁ ୪, ଢେଙ୍କାନାଳରୁ ୧୬, ଗଜପତିରୁ ୨, ଗଞ୍ଜାମରୁ ୬, ଜଗତସିଂହପୁରରୁ ୫୮, ଯାଜପୁରରୁ ୫୮, ଝାରସୁଗୁଡାରୁ ୮, କଳାହାଣ୍ଡିରୁ ୧, କନ୍ଧମାଳରୁ ୬, କେନ୍ଦ୍ରାପଡାରୁ ୫୧, କେଉଁଝରରୁ ୧୨, ଖୋର୍ଦ୍ଧାରୁ ୩୭୨, ମାଲକାନଗିରିରୁ ୫, ମୟୁରଭଞ୍ଜରୁ ୩୫ଜଣ ଚିହ୍ନଟ ହୋଇଛନ୍ତି |
Covid-19 Report For 10th August
New Positive Cases: 1078
In quarantine: 626
Local contacts: 452(Details of local contacts will be shared by concerned Dist Administration)
District Wise Cases:
1. Angul: 26
2. Balasore: 45
3. Bargarh: 6
4. Bhadrak: 25
5. Balangir: 4— I & PR Department, Odisha (@IPR_Odisha) August 11, 2021
ନବରଙ୍ଗପୁରରୁ ଜଣେ, ନୟାଗଡରୁ ୨୬ ଜଣ, ନୂଆପଡ଼ାରୁ ୫ ଜଣ, ପୁରୀରୁ ୪୮ ଜଣ, ରାୟଗଡ଼ାରୁ ୪ଜଣ, ସମ୍ବଲପୁରରୁ ୧୨ ଜଣ, ସୋନପୁରରୁ ୫ ଜଣ, ସୁନ୍ଦରଗଡରୁ ୬ ଜଣ, ଷ୍ଟେଟ ପୁଲରୁ ୮୩ ଜଣ ଚିହ୍ନଟ ହୋଇଛନ୍ତି | ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୧୬୭୫୨୪୮୮ଟି ଟେଷ୍ଟ ହୋଇଥିବାବେଳେ ରାଜ୍ୟରେ ସମୁଦାୟ ୯ ଲକ୍ଷ ୯୦ ହଜାର ୭୫ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ | ଏମାନଙ୍କ ମଧ୍ୟରୁ ୯ ଲକ୍ଷ ୭୨ ହଜାର ୭୧୦ ଜଣ ସୁସ୍ଥ ହୋଇଛନ୍ତି |
from କରୋନା | Sambad https://ift.tt/3jMKMNG
0 Comments