ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୯୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୫୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୧୩୦ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି।  ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୩ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୯ ଜଣ, ବାଲେଶ୍ୱରରୁ ୪୮ ଜଣ, ବରଗଡ଼ରୁ ୧୫ ଜଣ, ଭଦ୍ରକରୁ ୯ ଜଣ, କଟକରୁ ୧୧୫ ଜଣ, ଦେବଗଡ଼ରୁ ୯  ଜଣ, ଢେଙ୍କାନାଳରୁ ୧୪ ଜଣ, ଗଜପତିରୁ ୧ ଜଣ, ଗଞ୍ଜାମରୁ ୬ ଜଣ, ଜଗତସିଂହପୁରରୁ ୪୨ ଜଣ, ଯାଜପୁରରୁ ୪୨ ଜଣ, ଝାରସୁଗୁଡ଼ାରୁ ୧ ଜଣ, କନ୍ଧମାଳରୁ ୨୧ ଜଣ, କଳାହାଣ୍ଡି ଜିଲ୍ଲାରୁ ୩ ଜଣ, କୋରାପୁଟରୁ ୫ ଜଣ, କେନ୍ଦ୍ରାପଡ଼ାରୁ ୨୪ ଜଣ, କେଉଁଝରରୁ ୮ ଜଣ, ଖୋର୍ଦ୍ଧାରୁ ୩୧୩ ଜଣ, ମାଲକାନଗିରିରୁ ୨ ଜଣ, ମୟୁରଭଞ୍ଜରୁ ୨୬ ଜଣ, ନୟାଗଡ଼ରୁ ୧୯ ଜଣ, ନୂଆପଡ଼ାରୁ ୧,  ପୁରୀରୁ ୨୨ ଜଣ, ରାୟଗଡ଼ାରୁ ୨ ଜଣ, ସମ୍ୱଲପୁରରୁ ୨୦ ଜଣ, ସୁନ୍ଦରଗଡ଼ରୁ ୧୫ ଜଣ ଓ ଷ୍ଟେଟ ପୁଲରୁ ୬୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦, ୦୪, ୦୫୯ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୯, ୮୮, ୦୯୦ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୮,୨୮୮ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

The post ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୮୪୯ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୩ first appeared on Sambad.

from କରୋନା | Sambad https://ift.tt/3BcYaBN