
ଭୁବନେଶ୍ୱର: ରାଜ୍ୟରେ ଆଜି ୧୨୪୩ ଜଣ କରୋନା ଭାଇରସ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୦ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୫ ହଜାର ୯୯୯ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୧୪୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଯାଜପୁରରୁ ୮୬, ବାଲେଶ୍ୱରରୁ ୭୦, ଜଗତସିଂହପୁରରୁ ୬୨, ପୁରୀରୁ ୫୫, ନୟାଗଡ଼ରୁ ୫୪, ଭଦ୍ରକରୁ ୪୭, ମୟୂରଭଂଜରୁ ୪୧, ଅନୁଗୁଳରୁ ୩୩ ଓ କେନ୍ଦ୍ରାପଡ଼ାରୁ ୩୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।
ସେହିପରି ସମ୍ବଲପୁରରୁ ୧୯, ରାୟଗଡ଼ାରୁ ୧୮, କେନ୍ଦୁଝରରୁ ୧୭, ସୁନ୍ଦରଗଡ଼ରୁ ୧୬, କୋରାପୁଟରୁ ୯, ଢେଙ୍କାନାଳରୁ ୭, କନ୍ଧମାଳରୁ ୫, ବୌଦ୍ଧ, ଗଜପତି, ଗଂଜାମ, କଳାହାଣ୍ଡି, ନବରଂଗପୁର, ନୂଆପଡ଼ାରୁ ୪ ଜଣ ଲେଖାଏଁ, ଝାରସୁଗୁଡ଼ା, ମାଲକାନଗିରି, ସୁବର୍ଣ୍ଣପୁରରୁ ୨ ଜଣ ଲେଖାଏଁ, ଦେବଗଡ଼ରୁ ଜଣେ ଏବଂ ରାଜ୍ୟପୁଲରୁ ୮୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।
The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୨୪୩ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୦ first appeared on Sambad.from କରୋନା | Sambad https://ift.tt/3CIgft7
0 Comments