ଗତ ୨୪ ଘଣ୍ଟାରେ ୦ରୁ ୧୮ ବର୍ଷର ୧୩୮ ଜଣ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୯୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୧୩୮ ଜଣ ପଜିଟିଭଙ୍କ ବୟସ ୦ରୁ ୧୮ ବର୍ଷ ମଧ୍ୟରେ ଥିବାବେଳେ ସଙ୍ଗରୋଧରୁ ୫୭୮ ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୪୧୫ ଜଣ ଚିହ୍ନଟ ହୋଇଛନ୍ତି | ଜିଲ୍ଲା ପ୍ରଶାସନମାନଙ୍କର ତଥ୍ୟ ମୁତାବକ ଅନୁଗୁଳରେ ୧୮ ଜଣ, ବାଲେଶ୍ୱରରେ ୩୦ ଜଣ, ବରଗଡରେ ୧୦ ଜଣ, ଭଦ୍ରକରେ ୧୨, ବଲାଙ୍ଗୀରରେ ୧୩, ବୌଦ୍ଧରେ ଜଣେ, କଟକରେ ୯୫, ଦେବଗଡରେ ୪, ଢେଙ୍କାନାଳରେ ୩୨, ଗଜପତିରେ ଜଣେ, ଗଞ୍ଜାମରେ ୫ ଜଣ, ଜଗତସିଂହପୁର ୫୧, ଯାଜପୁରରେ ୬୦, ଝାରସୁଗୁଡାରେ ୨ ଜଣ ଚିହ୍ନଟ ହୋଇଛନ୍ତି |


ସେହିପରି କଳାହାଣ୍ଡିରେ ଜଣେ, କନ୍ଧମାଳରେ ୭ ଜଣ, କେନ୍ଦ୍ରାପଡାରେ ୧୫ ଜଣ, କେଉଁଝରରେ ୧୦ ଜଣ, ଖୋର୍ଦ୍ଧାରେ ୪୧୯ ଜଣ, କୋରାପୁଟରେ ଜଣେ, ମାଲକାନଗିରିରେ ଜଣେ, ମୟୁରଭଞ୍ଜରେ ୪୨ ଜଣ, ନବରଙ୍ଗପୁରରେ ଜଣେ, ନୟାଗଡରେ ୧୬ ଜଣ, ନୂଆପଡାରେ ଜଣେ, ପୁରୀରେ ୨୫ ଜଣ, ରାୟଗଡାରେ ୩, ସମ୍ବଲପୁରରେ ୧୧, ସୋନପୁରରେ ୫, ସୁନ୍ଦରଗଡରେ ୮ ଓ ଷ୍ଟେଟ ପୁଲରୁ ୯୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି |

The post ଗତ ୨୪ ଘଣ୍ଟାରେ ୦ରୁ ୧୮ ବର୍ଷର ୧୩୮ ଜଣ ପଜିଟିଭ ଚିହ୍ନଟ first appeared on Sambad.

from କରୋନା | Sambad https://ift.tt/3suOks6

Post a Comment

0 Comments