ପୁରୀ: ଆଜିଠୁ ବିଶ୍ବପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ସର୍ବସାଧାରଣଙ୍କ ଲାଗି ଖୋଲିଛି। କରୋନା କଟକଣା ଯୋଗୁଁ ଦୀର୍ଘ ଦିନ ହେଲା ବନ୍ଦ ଥିଲା କୋଣାର୍କ। ତେବେ ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଛି ସୂର୍ଯ୍ୟମନ୍ଦିର। ଏବେ କରୋନା କଟକଣା ମାନି କୋଣାର୍କ ବୁଲିପାରିବେ ପର୍ଯ୍ୟଟକ। ଗାଇଡ ଓ ଫଟୋଗ୍ରାଫରଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ତେବେ ଅନଲାଇନରେ ଟିକେଟ ବ୍ୟବସ୍ଥା ଉପଲବ୍ଧ ହେବ। ଦୈନିକ ୨ ହଜାର ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ। ଏନେଇ ସୂଚନା ଦେଇଛନ୍ତି ଏଏସଆଇ ସୁପରିଣ୍ଟେଣ୍ଡେଣ୍ଟ।

ସେପଟେ, ଆସନ୍ତକାଲିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ପ୍ରାୟ ତିନି ମାସ ଧରି ବନ୍ଦ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ। ତେବେ କରୋନା କାଳରେ ପର୍ଯ୍ୟଟକଙ୍କ ପାଇଁ କ’ଣ ରହିବ ଗାଇଡଲାଇନ୍ ତାକୁ ଅପେକ୍ଷା କରାଯାଇଛି। ଏନେଇ ଆଜି ବିଧିବଦ୍ଧ ଭାବେ ପର୍ଯ୍ୟଟକଙ୍କ ଲାଗି ଗାଇଡଲାଇନ୍ ଜାରି କରାଯିବ। କରୋନା ସ୍ଥିତିକୁ ନଜରରେ ରଖି ପର୍ଯ୍ୟଟକଙ୍କ ପାଇଁ କିଛି କଟକଣା ରହିପାରେ ।

The post ସର୍ବସାଧାରଣଙ୍କ ଲାଗି ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର first appeared on Sambad.

from କରୋନା | Sambad https://ift.tt/3lqP4gp