ଭୁବନେଶ୍ବର: ଆଗାମୀ ଡିସେମ୍ବର ମାସ ଶେଷ ସୁଦ୍ଧା ଟିକାକରଣ ସରିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯଦି ଟିକା ଆସିବାରେ କୌଣସି ସମସ୍ୟା ନ ହୁଏ ୪ ମାସ ମଧ୍ୟରେ ଟିକାକରଣ ଶେଷ ହେବ। ରାଜ୍ୟରେ ଏବେ ଟିକାକରଣ ଜାରି ରହିଛି। ବର୍ତ୍ତମାନ ଟିକାରେ କିଛି ସମସ୍ୟା ନାହିଁ।
ବର୍ତ୍ତମାନ ସୁଦ୍ଧା ୨ କୋଟି ୨୦ ଲକ୍ଷ ଡୋଜ ଟିକା ଦିଆସାରିଛି। ପ୍ରଥମ ଡୋଜ ୧ କୋଟି ୬୬ ଲକ୍ଷ ଓ ଦ୍ବିତୀୟ ଡୋଜ ୫୩ ଲକ୍ଷ ଲୋକ ନେଇ ସାରିଛନ୍ତି। ମୋଟ ୫୪ % ଲୋକଙ୍କୁ ପ୍ରଥମ ଡୋଜ ଦିଆଯାଇଛି। ଏବେ ୨୮ ଲକ୍ଷ ୫୪ କୋଭିସିଲଡ ଓ ୪ ଲକ୍ଷ ୫୪ ହଜାର ଟିକା କୋଭାକ୍ସିନ ଟିକା ମହଜୁଦ ରହିଛି। ଯେଉଁମାନଙ୍କର ଦ୍ବିତୀୟ ଡୋଜ ଟିକା ନେବାର ଅଛି ପ୍ରାଥମିକତା ଭିତ୍ତିରେ ସେମାନଙ୍କୁ ଟିକା ଦେବା ପାଇଁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷକ ଓ ଦ୍ବିତୀୟ ଡୋଜ ଲୋକଙ୍କୁ ପ୍ରାଧାନ୍ୟ ଦିଆଯାଉଛି। କେତେ ଶିକ୍ଷକ ଟିକା ନେବେ ଜିଲ୍ଲାକୁ ତଥ୍ୟ ମଗାଯାଇଛି। ସେପ୍ଟେମ୍ବର ୫ ତାରିଖ ସୁଦ୍ଧା ଶିକ୍ଷକଙ୍କ ଟିକାକରଣ ଶେଷ ହେବ। କେବଳ ଶିକ୍ଷକଙ୍କୁ ଟିକା ଦେବା ପାଇଁ କିଛି ସ୍ୱତନ୍ତ୍ର କେନ୍ଦ୍ର କରାଯାଇଛି। ଆଜି ୧୪୦୦ କେନ୍ଦ୍ରରେ ଟିକାକରଣ ଚାଲିଛି। ୧ ଲକ୍ଷ ଗର୍ଭବତୀ ମହିଳାଙ୍କର ଟିକାକରଣ କରାଯାଇଛି। ପ୍ରଥମ ଲହରରେ ୮ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଥିଲେ। ଦ୍ବିତୀୟ ଲହରରେ ଜୁଲାଇ ସୁଦ୍ଧା ୧୦ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଥିଲେ।
ନୂଆ ଭ୍ୟାରିଆଣ୍ଟ ସି ୧.୨ ନେଇ ସବିଶେଷ ତଥ୍ୟ ନାହିଁ। ଭାରତରେ ସେ ଭ୍ୟାରିଆଣ୍ଟ ଚିହ୍ନଟ ହୋଇନି। ଭ୍ୟାକ୍ସିନକୁ ବ୍ରେକ କରି ସଂକ୍ରମଣ କରିବ ବୋଲି କୁହାଯାଉଛି। ଆଣ୍ଟିବଡିକୁ ନଷ୍ଟ କରି ସଂକ୍ରମଣ କରୁଥିବା କୁହାଯାଉଛି। କିନ୍ତୁ ସେହି ଭ୍ୟାରିଆଣ୍ଟ ବର୍ତ୍ତମାନ ସୁଦ୍ଧା ଆମ ଦେଶରେ ଚିହ୍ନଟ ହୋଇନି।
ପ୍ରଥମ ଲହରରେ ୮ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଥିଲେ। ଦ୍ବିତୀୟ ଲହରେରେ ଜୁଲାଇ ସୁଦ୍ଧା ୧୦ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଥିଲେ। ଅଗଷ୍ଟ ଶେଷ ଆଡ଼କୁ ବଢିଛି। ସମସ୍ତେ ଆକଳନ କରୁଛନ୍ତି ସଂକ୍ରମଣ ବଢ଼ିପାରେ। ସମ୍ଭାଳିବାକୁ ସରକାର ପ୍ରସ୍ତୁତ। ୮୦-୮୫ ପ୍ରତିଶତ ଲକ୍ଷଣବିହୀନ ଓ ସ୍ୱଳ୍ପ ଲକ୍ଷଣ, ମାତ୍ର ୫ ପ୍ରତିଶତ ସଂକ୍ରମିତ ଶିଶୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିପାରେ।
The post ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟରେ ଟିକାକରଣ ସରିବ: ପରିବାର କଲ୍ୟାଣ ନିର୍ଦ୍ଦେଶକ first appeared on Sambad.from କରୋନା | Sambad https://ift.tt/3DvYUUE
0 Comments