
ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍ ସଂକ୍ରମଣରୁ ୮୩୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ୩୭୭ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ ଆଜିପର୍ଯ୍ୟନ୍ତ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୧ ହଜାର ୬୩୦ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଆଜି କଟକ ଜିଲ୍ଲାରୁ ୫୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଯାଜପୁରରୁ ୪୬, ମୟୂରଭଂଜରୁ ୩୩, ଜଗତସିଂହପୁର, ପୁରୀରୁ ୨୮-୨୮, ସମ୍ବଲପୁରରୁ ୧୯, ବାଲେଶ୍ୱରରୁ ୧୮, ଅନୁଗୁଳ, କେନ୍ଦ୍ରାପଡ଼ା ଓ ନୟାଗଡ଼ରୁ ୧୬ ଜଣ ଲେଖାଏଁ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।
ସେହିପରି ସୁନ୍ଦରଗଡ଼ରୁ ୧୩, ଦେବଗଡ଼, କେନ୍ଦୁଝରରୁ ୧୨-୧୨, ଭଦ୍ରକରୁ ୧୧, ଢେଙ୍କାନାଳରୁ ୧୦, କଳାହାଣ୍ଡିରୁ ୬, ବଲାଙ୍ଗୀରରୁ ୫, ଗଜପତିରୁ ୪, ଗଂଜାମ, ଝାରସୁଗୁଡ଼ା, କୋରାପୁଟ, ମାଲକାନଗିରି, ରାୟଗଡ଼ାରୁ ୩ ଜଣ ଲେଖାଏଁ, ବରଗଡ଼, ନୂଆପଡ଼ା, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୮୫ ଜଣ ଆକ୍ରାନ୍ତ କରୋନରୁ ସୁସ୍ଥ ହୋଇଛନ୍ତି।
The post ରାଜ୍ୟରେ ଆଜି କରୋନାରୁ ୮୩୪ ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୭୭ first appeared on Sambad.from କରୋନା | Sambad https://ift.tt/3BrAvxP
0 Comments