କୋଭିଡ୍‌-୧୯ ସଂକ୍ରାନ୍ତ ବିପଜ୍ଜନକ ଓ ବିଭ୍ରାନ୍ତିକର ସୂଚନା ଥିବା ୧ ନିୟୁତ ଭିଡିଓ ହଟାଇଲା ‘ୟୁଟ୍ୟୁବ୍‌’

ନୂଆଦିଲ୍ଲୀ: ସୁସ୍ଥ ହେବା ପାଇଁ ମିଥ୍ୟା ଔଷଧ କିଂବା ମିଥ୍ୟା ଭୟ ପ୍ରଚାର ଭଳି କୋଭିଡ୍‌-୧୯ ସମ୍ବନ୍ଧୀୟ ବିପଜ୍ଜନକ ତଥା ବିଭ୍ରାନ୍ତିକର ସୂଚନା ଥିବା ୧ ନିୟୁତ ଭିଡିଓକୁ ‘ଗୁଗଲ୍‌’ ମାଲିକାନାରେ ଥିବା ‘ୟୁଟ୍ୟୁବ୍‌’ ହଟାଇ ଦେଇଛି।

‘ୟୁଟ୍ୟୁବ୍‌’ର ଚିଫ୍ ପ୍ରଡକ୍ଟ୍‌ ଅଫିସର୍‌ ନିଲ୍ ମୋହନଙ୍କ କହିବା ଅନୁସାରେ, ଆମେ ଯାହାକିଛି ହଟାଇଲୁ କେବଳ ତାହାରି ଉପରେ ଧ୍ୟାନ ନିବଦ୍ଧ କଲେ ଜଣାଯିବ ଯେ, ବାସ୍ତବରେ ଲୋକେ ଦେଖୁଥିବା ବିପୁଳ ସଂଖ୍ୟକ ଭିଡିଓ ଆମେ ହରାଇଲୁ।

ବୁଧବାର ଦିନ ବ୍ଲଗ୍‌ ପୋଷ୍ଟ୍‌ରେ ସେ କହିଛନ୍ତି, ‘ୟୁଟ୍ୟୁବ୍‌’ରେ ଥିବା କୋଟି କୋଟି ଭିଡିଓରୁ ମାତ୍ର ସ୍ବଳ୍ପ ପ୍ରତିଶତ ହେଉଛି ମନ୍ଦ ଭିଡିଓ। ଆମର ନିୟମ ଉଲ୍ଲଂଘନ କରୁଥିବା ସେ ଭିଡିଓଗୁଡ଼ିକର ସମୁଦାୟ ‘ଭିୟୁ’ ହେଉଛି ପ୍ରାୟ ୧୬% ରୁ ୧୮%। ସେଥିରେ ବିଭ୍ରାନ୍ତିକର ସୂଚନା ସବୁ ନଗଣ୍ୟରୁ ଗ୍ରହଣୀୟ ହେବା ଅବସ୍ଥାକୁ ଚାଲିଯାଇଥିଲା।

Image Courtesy of Jhalak.com

ମୋହନ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତି ୩ ମାସରେ ‘ୟୁଟ୍ୟୁବ୍‌’ ଏ ପ୍ରକାରର ପ୍ରାୟ ୧୦ ନିୟୁତ ଭିଡିଓ ହଟାଇ ଥାଏ। ଏଥିରୁ ଅଧିକାଂଶ ୧୦ଟି ‘ଭିୟୁ’ ମଧ୍ୟ ପାଇ ନ ଥାନ୍ତି। ଏ ସବୁ ତୁରନ୍ତ ହଟାଇବା ଗୁରୁତ୍ବପୂର୍ଣ୍ଣ। କିନ୍ତୁ, ତାହା ପ୍ରାୟ ସମ୍ଭବ ହେଉନାହିଁ ବୋଲି ଆମେ ଜାଣୁ।

ବିଶ୍ବସ୍ତସୂତ୍ରରୁ ପ୍ରାପ୍ତ ସୂଚନାଗୁଡ଼ିକୁ ‘ୟୁଟ୍ୟୁବ୍‌’ ଦ୍ରୁତ ପ୍ରସାର କରିବା ସହ କ୍ଷତିକାରକ ଓ ବିଭ୍ରାନ୍ତିକର ସୂଚନା ଥିବା ଭିଡିଓ ପ୍ରସାରଣ ହ୍ରାସ କରାଉଛି ସେ କହିଛନ୍ତି।

The post କୋଭିଡ୍‌-୧୯ ସଂକ୍ରାନ୍ତ ବିପଜ୍ଜନକ ଓ ବିଭ୍ରାନ୍ତିକର ସୂଚନା ଥିବା ୧ ନିୟୁତ ଭିଡିଓ ହଟାଇଲା ‘ୟୁଟ୍ୟୁବ୍‌’ first appeared on Sambad.

from କରୋନା | Sambad https://ift.tt/2Wv70fv

Post a Comment

0 Comments