
ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ସଂକ୍ରମଣରୁ ୮୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ୨୫୪ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ୯ ଲକ୍ଷ ୮୧ ହଜାର ୩୧୬ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦେଇଛନ୍ତି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୧୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାଜପୁରରୁ ୬୦, ବାଲେଶ୍ୱରରୁ ୪୪, କେନ୍ଦ୍ରାପଡ଼ାରୁ ୪୨, ଜଗତସିଂହପୁରରୁ ୩୭, ପୁରୀରୁ ୩୨, ଅନୁଗୁଳ, ଭଦ୍ରକରୁ ୩୦-୩୦, ନୟାଗଡ଼ରୁ ୨୮ ଓ ମୟୂରଭଂଜରୁ ୨୫ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।
ସେହିପରି କେନ୍ଦୁଝରରୁ ୧୭, ସମ୍ବଲପୁରରୁ ୧୨, କଳାହାଣ୍ଡିରୁ ୧୧, ଢେଙ୍କାନାଳରୁ ୯, ବରଗଡ଼, ସୁନ୍ଦରଗଡ଼ରୁ ୮-୮, ରାୟଗଡ଼ାରୁ ୭, ଗଂଜାମ, ନୂଆପଡ଼ାରୁ ୫-୫, ଦେବଗଡ଼ରୁ ୪, ଗଜପତିରୁ ୩, ଝାରସୁଗୁଡ଼ା, କନ୍ଧମାଳ, କୋରାପୁଟରୁ ୨ ଜଣ ଲେଖାଏଁ, ବଲାଙ୍ଗୀର, ମାଲକାନଗିରିରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୫୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।
The post ରାଜ୍ୟରେ ଆଜି କରୋନାରୁ ୮୪୫ ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୪ first appeared on Sambad.from କରୋନା | Sambad https://ift.tt/3iZDdnT
0 Comments