
ସିଡ଼ନି: ଅଷ୍ଟ୍ରେଲିଆରେ ଡେଲ୍ଟା ପ୍ରଜାତି ଭୟଙ୍କର ସ୍ଥିତି ଆଣିଛି। କ୍ବିନ୍ସଲାଣ୍ଡ୍ରେ ସଂକ୍ରମଣ ଉପରମୁହାଁ ହୋଇଛି। ଅଷ୍ଟ୍ରେଲିଆର ତୃତୀୟ ବୃହତ୍ତମ ସହର ତଥା କ୍ବିନ୍ସଲାଣ୍ଡ୍ ରାଜଧାନୀ ବ୍ରିସବେନ୍ ଏବଂ ସିଡ଼୍ନିରେ ସଂକ୍ରମଣ ବଢ଼ୁଥିବାରୁ ଏଠାରେ କୋଭିଡ୍ କଟକଣା କଡ଼ାକଡ଼ି କରାଯାଇଛି। ବ୍ରିସବେନ୍ରେ ଲକ୍ଡାଉନ୍ ଅବଧି ବଢ଼ିଥିବାବେଳେ ସିଡ଼ନିରେ କରୋନା ନିୟମାବଳିର ସଠିକ୍ ପାଳନ ପାଇଁ ସୈନ୍ୟ ମୁତୟନ ହୋଇଛନ୍ତି। ଏଥିସହ କଟକଣା ପାଇଁ ଘରେ ଥିବା ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚାଇବେ ଏବଂ ଟିକାକରଣ କେନ୍ଦ୍ରରେ ବି ସେନା ସଦସ୍ୟମାନେ ସହଯୋଗ କରିବେ। ଅଷ୍ଟ୍ରେଲିଆରେ କୋଭିଡ୍ କଟକଣା କଡ଼ାକଡ଼ି ଭାବେ ପାଳନ ହେଉଛି।
ଏପରିକି ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀ ପିଟର ଡଟ୍ଟନ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି। ତାଙ୍କର ୨ ପୁଅ ଯେଉଁ ସ୍କୁଲ୍ରେ ପଢ଼ୁଛନ୍ତି ସେଠାରେ କୋଭିଡ୍ ମାମଲା ଚିହ୍ନଟ ହୋଇଥିବାରୁ ତାଙ୍କୁ ୧୪ ଦିନ ହୋମ୍ କ୍ବାରାଣ୍ଟିନ୍ରେ ରହିବାକୁ କୁହାଯାଇଛି। ନ୍ୟୁ ସାଉଥ୍ ୱେଲ୍ସରେ ବି କଟକଣା କଡ଼ାକଡ଼ି ହୋଇଛି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ୍ କହିଛନ୍ତି, ଦେଶରେ ୧୬ ବର୍ଷରୁ ଊର୍ଦ୍ଧ୍ବ ୭୦ ପ୍ରତିଶତ ଲୋକ ଟିକା ନେବାପରେ କଟକଣା କୋହଳ ହେବ। ଏବେ ଏହି ବର୍ଗରେ ମାତ୍ର ୧୯ ପ୍ରତିଶତଙ୍କର ଟିକାକରଣ ସରିଛି। ଚଳିତବର୍ଷ ଶେଷ ସୁଦ୍ଧା ୧୬ ବର୍ଷରୁ ଊର୍ଦ୍ଧ୍ବ ୭୦ ପ୍ରତିଶତଙ୍କର ଟିକାକରଣ ସରିବ ବୋଲି ମରିସନ୍ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।
The post ଅଷ୍ଟ୍ରେଲିଆରେ ସ୍ଥିତି ଭୟଙ୍କର ସେନା ମୁତୟନ, ବ୍ରିସବେନ୍ରେ ଲକ୍ଡାଉନ୍ first appeared on Sambad.from କରୋନା | Sambad https://ift.tt/2Vl34gK
0 Comments