
ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ସଂକ୍ରମଣରୁ ୧୩୧୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫୬ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୨ ହଜାର ୭୧୦ରେ ପହଂଚିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୧୪୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ପୁରୀରୁ ୭୯, ବାଲେଶ୍ୱରରୁ ୭୨, ଭଦ୍ରକରୁ ୭୧, କେନ୍ଦ୍ରାପଡ଼ାରୁ ୬୬, ଅନୁଗୁଳରୁ ୬୪, ଯାଜପୁରରୁ ୬୩, ଜଗତସିଂହପୁରରୁ ୫୭, ନୟାଗଡ଼ରୁ ୪୭ ଓ ସୁନ୍ଦରଗଡ଼ରୁ ୨୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।
ସେହିପରି ଢେଙ୍କାନାଳରୁ ୨୭, ମୟୂରଭଂଜରୁ ୨୪, ସୁବର୍ଣ୍ଣପୁରରୁ ୨୩, କନ୍ଧମାଳ, କେନ୍ଦୁଝର, ସମ୍ବଲପୁରରୁ ୧୩ ଜଣ ଲେଖାଏଁ, ଦେବଗଡ଼, ଗଂଜାମରୁ ୯-୯, ବରଗଡ଼, ବୌଦ୍ଧ, କଳାହାଣ୍ଡି, ମାଲକାନଗିରିରୁ ୮ ଜଣ ଲେଖାଏଁ, ରାୟଗଡ଼ାରୁ ୭, କୋରାପୁଟରୁ ୬, ଗଜପତିରୁ ୫, ବଲାଙ୍ଗୀର, ଝାରସୁଗୁଡ଼ା, ନବରଗଂପୁରରୁ ୩ ଜଣ ଲେଖାଏଁ ଓ ରାଜ୍ୟପୁଲରୁ ୮୨ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।
The post ରାଜ୍ୟରେ ଆଜି କରୋନାରୁ ୧୩୧୯ ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫୬ first appeared on Sambad.from କରୋନା | Sambad https://ift.tt/2VItp8k
0 Comments