ରାଜଧାନୀରେ କରୋନା ଆକ୍ରାନ୍ତ ସଂଖ୍ୟା ସ୍ଥିର

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକପ୍ରକାର ସ୍ଥିର ରହିଛି। ଗତକାଲି ୩୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ‌ସେହିପରି ଗତକାଲି ସୁସ୍ଥଙ୍କ ସଂଖ୍ୟା ୨୩୦ ରହିଥିବା ବେଳ‌େ ଆଜି ଏହି ସଂଖ୍ୟା ୨୨୯ ରହିଛି। ଗତକାଲି ମୃତ୍ୟୁ ସଂଖ୍ୟା ୧୧ ଥିବା ବେଳେ ଆଜି ୨୦ ଦର୍ଶାଯାଇଛି। ଅନ୍ୟପଟେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଗତକାଲି ଏହି ସଂଖ୍ୟା ୨୭୧୧ ଥିବା ବେଳେ ଆଜି ୨୮୦୬କୁ ବୃଦ୍ଧି ପାଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୧୭ ହଜାର ୯୭ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ୩୩୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ନୂଆପଲ୍ଲୀରୁ ସର୍ବାଧିକ ୧୮ ଆକ୍ରାନ୍ତ ଥିବା ବେଳେ ଡୁମୁଡୁମାରୁ ୧୬, ପଟିଆରୁ ୧୫ ଓ ସୁନ୍ଦରପଦା ଓ ଟଙ୍କପାଣି ରୋଡ୍‌ରୁ ୧୦ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

The post ରାଜଧାନୀରେ କରୋନା ଆକ୍ରାନ୍ତ ସଂଖ୍ୟା ସ୍ଥିର first appeared on Sambad.

from କରୋନା | Sambad https://ift.tt/2U2qHu7

Post a Comment

0 Comments