
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ କରୋନା ସଂକ୍ରମଣ କମୁଥିଲେ ମଧ୍ୟ ବଡ଼ମାଲସ୍ଥିତ ଗୋଳାବାରୁଦ କାରଖାନା ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲ୍ଲା ପ୍ରଶାସନ ଦେଇଥିବା ସୂଚନା ଅନୁସାରେ, ଗତ ୧୨ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ସାତଦିନ ଭିତରେ ବଡ଼ମାଲରେ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ୧୯ ତାରିଖର ସୂଚନା ଅନୁସାରେ, ବଲାଙ୍ଗୀର ମ୍ୟୁନିସିପାଲିଟି, ସିହିନୀ, ଲୋଇସିଂହା, ବୁଢ଼ୀପଦରରେ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବଡ଼ମାଳରେ ନୂଆ ୧୪ ଜଣ ପଜିଟିଭ ଚିହଟ ହୋଇଛନ୍ତି। ଏଥିପାଇଁ ଶୁକ୍ରବାର ଗୋଳାବାରୁଦ କାରଖାନାର ଡିଏସ୍ସି ଫ୍ୟାମିଲି କ୍ଵାର୍ଟର୍ସ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହା ସହିତ ଏ ଅଞ୍ଚଳର ଲୋକଙ୍କୁ କୋଭିଡ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତଥା ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଘଟଣାକୁ ଗୁରୁତ୍ବର ସହିତ ନେଇଛନ୍ତି। କ୍ୟାମ୍ପସ ଭିତରେ ପରୀକ୍ଷା ସଂଖ୍ୟା ବଢ଼ାଯାଇଛି। ତା ସହିତ ଜୋରସୋର ଟିକାକରଣ ଚାଲିଛି ବୋଲି ସୂଚନା ଦିଆଯାଇଛି।
The post ଗୋଳାବାରୁଦ କାରଖାନାରେ ବଢୁଛି କରୋନା ସଂକ୍ରମଣ first appeared on Sambad.from କରୋନା | Sambad https://ift.tt/2XO2Wrj
0 Comments