ଭୁବନେଶ୍ବର: ଓଡ଼ିଶାରେ ଆର୍ ଭ୍ୟାଲୁ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଭଲ ଅଛି ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି। ଆର୍ ଭ୍ୟାଲୁ ୧ ଉପରେ ରହିଲେ ଅଧିକ ଲୋକଙ୍କୁ ସଂକ୍ରମିତ ହୋଇଛି। ବର୍ତ୍ତମାନ ଆର ଭ୍ୟାଲୁ ୧ ପାଖାପାଖି କେତେକ ରାଜ୍ୟରେ ପହଞ୍ଚି ସାରିଛି। ଓଡ଼ିଶାରେ ଆର ଭ୍ୟାଲୁ ୧ ହୋଇନାହିଁ। ୧ ଉପରେ ରହିଲେ ସଂକ୍ରମଣ ବଢିବ।

ସେ କହିଛନ୍ତି, ଆର ଭ୍ୟାଲୁ କମ୍ୟୁନିଟିରେ ପ୍ରତିଫଳିତ ହୋଇଥାଏ। ସେକଥା ବର୍ତ୍ତମାନ କହିବା କଷ୍ଟକର। ଚୀନରେ ପ୍ରଥମ ୱେଭରେ ଆର ଭ୍ୟାଲୁ ୬ ଉପରେ ଥିଲା। କିନ୍ତୁ ଭାରତରେ ଦ୍ବିତୀୟ ୱେଭରେ ତାହା ଦେଖିବାକୁ ମିଳୁନି। ଏହାକୁ ନେଇ ବ୍ୟସ୍ତ ହେବାର କାରଣ ନାହିଁ। ଆର ଭ୍ୟାଲୁ ହେଲେ କମ୍ୟୁନିଟିରେ କିଭଳି ପ୍ରତିଫଳିତ ହେଉଛି ତାର କାରଣ ଖୋଜାଚାଲିଛି। ଆର ଭ୍ୟାଲୁ ହେଲେ ଅଧିକ ସଂକ୍ରମଣ ହୋଇଥାଏ, କିନ୍ତୁ ତା’ମାନେ ନୁହେଁ ସମସ୍ତେ ସଂକ୍ରମିତ ହେବେ। ଟିକାକରଣ ସହ, ସମସ୍ତଙ୍କୁ କରୋନା କଟକଣାର ନିୟମ ଅନୁସରଣ କରିବାକୁ ପରାମର୍ଶ ଦେଇଛନ୍ତି ଡିଏମଇଟି।

The post ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶାରେ ଆର୍ ଭ୍ୟାଲୁ ଭଲ: ଡିଏମଇଟି first appeared on Sambad.

from କରୋନା | Sambad https://ift.tt/3C93CH9