ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ସଂକ୍ରମଣରୁ ୨୫୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୬ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୮ ହଜାର ୯୦ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୮୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାଜପୁରରୁ ୪୪, ବାଲେଶ୍ୱରରୁ ୩୫, ମୟୂରଭଂଜରୁ ୨୯, ଅନୁଗୁଳ, ଜଗତସିଂହପୁରରୁ ୨୬-୨୬, ଭଦ୍ରକରୁ ୧୯, ନୟାଗଡ଼ରୁ ୧୭, କେନ୍ଦ୍ରାପଡ଼ାରୁ ୧୫ ଓ ପୁରୀରୁ ୧୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ବରଗଡ଼, ସୁନ୍ଦରଗଡ଼ରୁ ୧୩-୧୩, କେନ୍ଦୁଝରରୁ ୧୦, କନ୍ଧମାଳରୁ ୯, ଦେବଗଡ଼ରୁ ୭, ମାଲକାନଗିରି, ନବରଂଗପୁର, ନୂଆପଡ଼ାରୁ ୬ ଜଣ ଲେଖାଏଁ, ବଲାଙ୍ଗୀରରୁ ୪, ଗଂଜାମ, ରାୟଗଡ଼ାରୁ ୩-୩, କଳାହାଣ୍ଡି, କୋରାପୁଟରୁ ୨-୨, ବୌଦ୍ଧ-ଢେଙ୍କାନାଳରୁ ଜଣେ ଲେଖାଏଁ ଏବଂ ରାଜ୍ୟପୁଲରୁ ୫୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ ଆଜି କରୋନାରୁ ୭୨୧ ଜଣ ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୬ ସୁସ୍ଥ first appeared on Sambad.

from କରୋନା | Sambad https://ift.tt/38f1UGt