
ନୂଆଦିଲ୍ଲୀ : ଦେଶରେ ଆଜି ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟାରେ ୨୫,୦୭୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୧୬୦ ଦିନରେ ଏହା ସବୁଠୁ କମ୍ ସଂକ୍ରମଣ। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୨,୪୪୯,୩୦୬ରେ ପହଞ୍ଚିଛି। ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ୩୮୯ କରୋନା ମୃତ୍ୟୁ ସହ ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୪୩,୪୭୫୬ରେ ପହଞ୍ଚିଛି। ସକ୍ରିୟ ମାମଲା ୩,୩୩,୯୨୪ ରହିଛି ଏବଂ ଏହା ମୋଟ୍ ସଂକ୍ରମଣ ମାମଲାର ୧.୦୩ ପ୍ରତିଶତ। ଦେଶରେ ଆରୋଗ୍ୟ ହାର ଆଜି୯୭.୬୩ ପ୍ରତିଶତ ରହିଛି ଏବଂ ଗତ ୨୪ ଘଣ୍ଟାରେ ୪୪,୧୫୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଆଜି ସୁଦ୍ଧା ମୋଟ୍ ୩,୧୬,୮୦,୬୨୬ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ଦେଶବ୍ୟାପୀ ଟିକାକରଣ ଯୋଜନା ଅଧୀନରେ ୫୮.୨୫ କୋଟି ଡୋଜ୍ ଟିକା ଦିଆଯାଇଛି।
କେରଳରେ ସଂକ୍ରମଣ କମିଛି। ଗତ ୨୪ ଘଣ୍ଟାରେ କେରଳରେ ୧୦,୪୦୨ ମାମଲା ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୪,୧୪୧ ମାମଲା, ଚଣ୍ଡିଗଡ଼ରେ ୩,୦୦୪, ତାମିଲନାଡ଼ୁରେ ୧୬୩୦ ଏବଂ କର୍ଣ୍ଣାଟକରେ ୧୧୮୯ ମାମଲା ଚିହ୍ନଟ ହୋଇଛି। ଉପରୋକ୍ତ ୫ ରାଜ୍ୟରୁ ଦେଶର ନୂଆ ମାମଲାର ୮୧.୨୩ ପ୍ରତିଶତ ଚିହ୍ନଟ ହୋଇଛି। କେବଳ କେରଳରୁ ୪୧.୪୯ ପ୍ରତିଶତ ମାମଲା ଚିହ୍ନଟ ହୋଇଛି। ସେହିପରି ଗତ ୨୪ ଘଣ୍ଟାରେ ହୋଇଥିବା କରୋନା ମୃତ୍ୟୁରୁ ମହାରାଷ୍ଟ୍ରରେ ସର୍ବାଧିକ ୧୪୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଓଡ଼ିଶାରେ ୬୯ ଜଣଙ୍କ ମୃତ୍ୟୁ ହୋଇଛି।
The post ୧୬୦ ଦିନରେ ସବୁଠୁ କମ୍ ସଂକ୍ରମଣ first appeared on Sambad.from କରୋନା | Sambad https://ift.tt/3kiprMp
0 Comments