ଭୁବନେଶ୍ୱର: କରୋନା ନେଇ ଭାରତ ସରକାରଙ୍କ ପୂର୍ବପ୍ରସ୍ତୁତି ସ୍ୱାଗତଯୋଗ୍ୟ। ବିଶ୍ୱରେ କିଛି ଦେଶର ସଂକ୍ରମଣ ହାର ବଢୁଛି। ଯଦିଓ ଗୁରୁତର ରୋଗୀଙ୍କ ସଂଖ୍ୟା କମ ରହୁଛି କିନ୍ତୁ ସଂକ୍ରମଣ ବଢୁଛି। ଆମେ ପୂର୍ବରୁ ବି ଦେଖିଛେ ଗୋଟିଏ ଲହର ୩ରୁ ୪ ମାସ ରହୁଛି । ସେଥିପାଇଁ ତାକୁ ଦୃଷ୍ଟିରେ ରଖି ସଜାଗ ରହିବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି।

ସେ କହିଛନ୍ତି, ସଜାଗ କହିଲେ ସ୍ୱାସ୍ଥ୍ୟ ବିଭାଗ ବା ସରକାରଙ୍କ ପକ୍ଷରୁ କିଛି ଆକ୍ଟିଭିଟି କରାଯିବ। କମ୍ୟୁନିଟି ବି ତାକୁ ମାନିବେ। କିଛି ଏନଫୋର୍ସମେଣ୍ଟ ହେବ। ଏହିଭଳି ଯାହା କାର୍ଯ୍ୟ ଅଛି ତାହା ଚାଲିବ। ଆମେ ସମସ୍ତେ ସମସ୍ତଙ୍କର ଦାୟିତ୍ୱ ନିର୍ବାହ କରିବା ଦରକାର।

ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ ଅଛୁ। ଆମର ସର୍ଭିଲାନ୍ସ ଟିମ ପ୍ରସ୍ତୁତ ଅଛନ୍ତି। ଟେଷ୍ଟିଂକୁ ବଢ଼େଇବା କାର୍ଯ୍ୟ ଜାରି ରହିଛି। ଟିକା ମିଳିବା ଅନୁଯାୟୀ ଟିକାକରଣ ଚାଲିଛି। ଟିକା ନିଅନ୍ତୁ ବା ନ ନିଅନ୍ତୁ କି ରୋଗ ଥାଉ କି ନଥାଉ ଆପଣମାନେ କୋଭିଡ କଟକଣା ମାନନ୍ତୁ, କାରଣ କୋଭିଡ ଏବେ ବି ଆମ ପରିବେଶ ଭିତରେ ବୁଲୁଛି।

ବର୍ତ୍ତମାନ ପର୍ଯ୍ୟନ୍ତ ବି ଆମ ରାଜ୍ୟରେ ସେକେଣ୍ଡ ୱେଭ ଜାରି ରହିଛି। ବିଭିନ୍ନ ସମୟରେ ଏହା ଉପର ତଳ ହେଉଛି। ବିଶେଷ କରି ଆମର କଟକ ଓ ଭୁବନେଶ୍ୱର ପାଇଁ କିଛିଟା ଚିନ୍ତା ରହିଛି। ଆମେ ଆହୁରି ଏନଫୋର୍ସମେଣ୍ଟ କରିବାକୁ ଚିନ୍ତା କରୁଛୁ। ଟିକା ନେବା ପରେ ବି ଲୋକମାନେ ସଂକ୍ରମିତ ହେଉଛନ୍ତି, ମାତ୍ର ସେହି କ୍ଷେତ୍ରରେ ସିଭିୟରିଟି କମ୍ ରହୁଛି।

The post ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ: ସ୍ୱାସ୍ଥ୍ୟ ନିର୍ଦେଶକ first appeared on Sambad.

from କରୋନା | Sambad https://ift.tt/3kyRvNv