ଭୁବନେଶ୍ୱର: ଏବେ ସଂପୂର୍ଣ୍ଣ ଅନଲକ୍ ହେବ ନାହିଁ, କାରଣ ବର୍ତ୍ତମାନ ରାଜ୍ୟରେ ସେଭଳି ସ୍ଥିତି ଉପୁଜିନାହିଁ ବୋଲି ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅଗଷ୍ଟ ମାସ ପାଇଁ ଆସନ୍ତାକାଲି ଗାଇଡଲାଇନ ଘୋଷଣା ହେବ। ସେ ନେଇ କମିଟି ନିଷ୍ପତ୍ତି ନେବେ। କଟକ ଓ ଭୁବନେଶ୍ଵରରେ କରୋନା ସଂକ୍ରମଣର ସ୍ଥିତି ସ୍ଥିର ରହିଛି। ଆଗରୁ ୫ଶହ ଉପରେ ରହୁଥିଲା ପିଜିଟିଭ ସଂଖ୍ୟା। ଏବେ ୪ଶହରେ ରହିଛି ପଜିଟିଭ ସଂଖ୍ୟା। ଏଭଳି ସ୍ଥିତିରେ ବର୍ତ୍ତମାନ ସଂପୂର୍ଣ୍ଣ ଖୋଲା ଛଡ଼ାଯାଇ ପାରିବ ନାହିଁ।

ଏଣେ ଡେଙ୍ଗୁ ନେଇ ରାଜ୍ୟରେ ସମସ୍ତ ହସ୍ପିଟାଲରେ ସ୍ୱତନ୍ତ୍ର ୱାର୍ଡ ଖୋଲିବା ପାଇଁ ନିର୍ଦେଶ ଦିଆଯାଇଛି ବୋଲି ଡିଏମଇଟି ସୂଚନା ଦେଇଛନ୍ତି। ସେ କହିଛନ୍ତି ଡି ଟୁ ଷ୍ଟ୍ରେନ ନେଇ ଆତଙ୍କ ସୃଷ୍ଟି କରନ୍ତୁ ନାହିଁ।  ଏହା ଆଗରୁ ଥିଲା, ଏଣୁ ବିଶେଷ ଚିନ୍ତା କରିବାର ଆବଶ୍ୟକତା ନାହିଁ।

The post ଏବେ ସଂପୂର୍ଣ୍ଣ ଅନଲକ୍ ହେବ ନାହିଁ: ଡିଏମଇଟି first appeared on Sambad.

from କରୋନା | Sambad https://ift.tt/3j0zx41