ୱାସିଂଟନ୍‌ : ଆମେରିକାରେ କରୋନାର ଡେଲ୍‌ଟା ପ୍ରଜାତି ଭୟଙ୍କର ସ୍ଥିତି ସୃଷ୍ଟି କଲାଣି। ସଂକ୍ରାମକ ଡେଲ୍‌ଟା ପ୍ରଜାତି ଆମେରିକାରେ ଏହାର ପ୍ରଭାବ ବିସ୍ତାର କରିବା ସହ ଟିକାକରଣ ନିଷ୍କ୍ରିୟ ହୋଇଯାଉଥିବା ତଥ୍ୟ କହୁଛି। ଆମେରିକାରେ ସଂକ୍ରମଣ ବଢ଼ିଛି। ଅନ୍ୟକୌଣସି ପ୍ରଜାତି ତୁଳନାରେ ଡେଲ୍‌ଟା ଅଧିକ ସଂକ୍ରାମକ ହୋଇଥିବାରୁ ସଂକ୍ରମଣ ବଢ଼ିବାରେ ଲାଗିଛି। ଗତ ଦୁଇ ସପ୍ତାହରେ ଚିହ୍ନଟ ହୋଇଥିବା ମାମଲାର କେବଳ ୫୨ ପ୍ରତିଶତ ଡେଲ୍‌ଟା ବୋଲି ଜଣାପଡ଼ିଛି। ଆମେରିକାରେ ସଂକ୍ରମଣ ବଢ଼ିଥିଲେ ସୁଦ୍ଧା ଏପ୍ରିଲ ପରଠାରୁ ଆମେରିକାରେ ଟିକାକରଣ ହ୍ରାସ ହୋଇଛି। ରାଷ୍ଟ୍ରପତି ଜୋ ବାଇଡେନ୍‌ ଟିକାକୁ ନେଇ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ତାହା ପୂରଣ କରିପାରିନାହାନ୍ତି। ଏବେ ପ୍ରତିଦିନ ସଂକ୍ରମଣ ୧୫ ହଜାରରୁ ଅଧିକ ରହିଥିବା ବେଳେ ମଧ୍ୟପଶ୍ଚିମ ଏବଂ ଦକ୍ଷିଣ‌ାଞ୍ଚଳରେ ଟିକାକରଣ କମ୍‌ ଥିବାରୁ ସେଠାରେ ସଂକ୍ରମଣ ମାମଲା ଅଧିକ ରହିଛି। ମିସୋରି ସ୍ପ୍ରିଙ୍ଗଫିଲ୍ଡର ଏକ ହସ୍ପିଟାଲ୍‌ରେ କୋଭିଡ୍‌ ରୋଗୀଙ୍କ ପାଇଁ ଭେଣ୍ଟିଲେଟର ନାହିଁ। ଆଗକୁ ଜଟିଳ ସ୍ଥିତି ସୃଷ୍ଟି ହେବ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।

The post ଆମେରିକାରେ ଭୟଙ୍କର ସ୍ଥିତି ସୃଷ୍ଟି କଲାଣି ଡେଲ୍‌ଟା first appeared on Sambad.

from କରୋନା | Sambad https://ift.tt/3jZw3Ru