କୋଭିଡ୍‌ ତୃତୀୟ ଲହର! କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ ଉପରେ ଫୋକସ୍‌

ନୂଆଦିଲ୍ଲୀ: କରୋନାର ତୃତୀୟ ଲହର ପାଇଁ ଦେଶବ୍ୟାପୀ ଭୟ ବଢ଼ିଛି। କେରଳ ସଂକ୍ରମଣ ଦେଶକୁ ତୃତୀୟ ଲହର ଆଡ଼କୁ ନେଇଯାଉଛି ବୋଲି କୁହାଯାଉଛି। ତେବେ କେବଳ କେରଳ ନୁହେଁ କର୍ଣ୍ଣାଟକ ଏବଂ ତାମିଲନାଡ଼ୁରେ ମଧ୍ୟ ସଂକ୍ରମଣ ବଢ଼ୁଛି। କରେଳ ପରେ କର୍ଣ୍ଣାଟକ ଏବଂ ତାମିଲନାଡ଼ୁରେ ସଂକ୍ରମଣ ବଢ଼ିବାରୁ ଏହି ୨ ରାଜ୍ୟ କୋଭିଡ୍‌ କଟକଣା କଡ଼ାକଡ଼ି କରିଛନ୍ତି। ଗତ ଶୁକ୍ରବାର ରାତିରେ ଏକ କେନ୍ଦ୍ରୀୟ ଟିମ୍‌ କେରଳ ପହଞ୍ଚିଛନ୍ତି। ଏହି ଟିମ୍‌ କେରଳର ୧୦ ସର୍ବାଧିକ ପ୍ରଭାବିତ ଜିଲ୍ଳା ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି। କେରଳରେ ଦୈନିକ ପଜିଟିଭ୍‌ ହାର ୧୨ ପ୍ରତିଶତରୁ ଅଧିକ ରହିଛି। ଗତ କିଛି ଦିନ ଧରି କେରଳରେ ଦୈନିକ ସଂକ୍ରମଣ ୨୦ ହଜାରରୁ ଅଧିକ ରହୁଛି।

ସଂକ୍ରମଣ ବଢ଼ୁଥିବାରୁ କେରଳରେ କଟକଣା କଡ଼ାକଡ଼ି କରାଯାଇଛି। ରାଜ୍ୟ ସରକାର ଏଥିପାଇଁ ସପ୍ତାହାନ୍ତ ଲକ୍‌ଡାଉନ୍‌ ଘୋଷଣା‌ କରିଛନ୍ତି। ଅନ୍ୟପକ୍ଷେ କର୍ଣ୍ଣାଟକରେ ମଧ୍ୟ ସଂକ୍ରମଣ ବଢ଼ୁଛି। କର୍ଣ୍ଣାଟକର ବେଙ୍ଗାଲୁରୁ ସହରାଞ୍ଚଳ, ଶିବମୋଗ୍ଗା, କୋଡ଼ାଗୁ ଏବଂ ଚିକମଗାଲୁରରେ ପଜିଟିଭ୍‌ ହାର ଅଧିକ ରହୁଛି। ଗତ ୨୯‌ରେ କର୍ଣ୍ଣାଟକରେ ୨,୦୫୨ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା ଏବଂ ଗତକାଲି ୧୮୯୦ ମାମଲା ଚିହ୍ନଟ ହୋଇଛି। କର୍ଣ୍ଣାଟକ ପରି ତାମିଲନାଡ଼ୁରେ ମଧ୍ୟ ସଂକ୍ରମଣ ବଢ଼ିଛି। ଶୁକ୍ରବାର ତାମିଲନାଡ଼ୁରେ ୧୮୫୯ ମାମଲା ଚିହ୍ନଟ ହୋଇଛି।

The post କୋଭିଡ୍‌ ତୃତୀୟ ଲହର! କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ ଉପରେ ଫୋକସ୍‌ first appeared on Sambad.

from କରୋନା | Sambad https://ift.tt/2V1bJoL

Post a Comment

0 Comments