ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ୧୮୯୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ୪୫୯ ଜଣ ଅଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୫୬ ହଜାର ୮୨୮ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୨୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାଜପୁରରୁ ୧୧୪, ପୁରୀରୁ ୧୧୩, ବାଲେଶ୍ୱରରୁ ୧୦୬, ଅନୁଗୁଳରୁ ୮୮, ଜଗତସିଂହପୁରରୁ ୭୯, କୋରାପୁଟରୁ ୭୨, ମୟୂରଭଂଜରୁ ୬୫, ନୟାଗଡ଼ରୁ ୫୯ ଓ କେନ୍ଦ୍ରାପଡ଼ାରୁ ୫୬ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

ସେହିପରି ଢେଙ୍କାନାଳରୁ ୫୪, ସୁନ୍ଦରଗଡ଼ରୁ ୪୫, ଭଦ୍ରକରୁ ୩୮, ସମ୍ବଲପୁରରୁ ୩୨, କେନ୍ଦୁଝରରୁ ୨୯, କନ୍ଧମାଳରୁ ୨୨, ରାୟଗଡ଼ାରୁ ୧୯, ମାଲକାନଗିରିରୁ ୧୭, ବରଗଡ଼ରୁ ୧୪, ଗଜପତି, ଝାରସୁଗୁଡ଼ାରୁ ୧୧ ଜଣ ଲେଖାଏଁ, ଗଂଜାମରୁ ୯, ସୁବର୍ଣ୍ଣପୁରରୁ ୮, ବଲାଙ୍ଗୀରରୁ ୭, ଦେବଗଡ଼, ନୂଆପଡ଼ାରୁ ୬ ଜଣ ଲେଖାଏଁ, କଳାହାଣ୍ଡି, ନବରଂଗପୁରରୁ ୨-୨ ଜଣ ଏବଂ ରାଜ୍ୟପୁଲ ୯୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୮୯୯ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୫୯ first appeared on Sambad.

from କରୋନା | Sambad https://ift.tt/3C2GvxW