ନୂଆଦିଲ୍ଳୀ: ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪ ହଜାର ୭୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ଗତ ୧୧୧ ଦିନ ମଧ୍ୟରେ ସର୍ବନିମ୍ନ ସଂକ୍ରମଣ।
ଦେଶରେ ଆରୋଗ୍ୟଙ୍କ ପ୍ରତିଶତ ୯୭.୧୭ରେ ପହଞ୍ଚିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୬୪ ହଜାର ୩୫୭ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୫୩ ଜଣଙ୍କର ମୃତ୍ୟୁ ଘଟିଛି।
ଦେଶରେ ବର୍ତ୍ତମାନ ସବୁଠାରୁ ଅଧିକ ସଂକ୍ରମିତ ୫ଟି ରାଜ୍ୟ ମଧ୍ୟରେ ରହିଛି କେରଳ, ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ ଓ ଓଡ଼ିଶା। ଏହି ୫ଟି ରାଜ୍ୟରେ ନୂଆ କରି ୬୯.୫୮% କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ କେରଳରୁ ଚିହ୍ନଟ ହୋଇଛନ୍ତି ୨୩.୧୬% ନୂଆ ଆକ୍ରାନ୍ତ।
୫୫୩ ମୃତକଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ସର୍ବାଧିକ ୧୦୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ କେରଳରୁ ୧୦୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ତେବେ କରୋନା ବିରୁଧରେ ଲଢ଼ିବା ପାଇଁ ଏବେ ସୁଦ୍ଧା ଦେଶରେ ୩୫.୭୫ କୋଟି ଟିକାକରଣ ହୋଇ ସାରିଲାଣି।
The post ଗତ ୧୧୧ ଦିନ ମଧ୍ୟରେ ସର୍ବନିମ୍ନ, ଦେଶରୁ ୨୪ ଘଣ୍ଟା ମଧ୍ୟରେ ୩୪,୭୦୦ କରୋନା ଆକ୍ରାନ୍ତ ଚିହ୍ନଟ first appeared on Sambad.from କରୋନା | Sambad https://ift.tt/3ylZBfK
0 Comments