
ଭୁବନେଶ୍ୱର: କରୋନା ସମ୍ପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ସରକାର ସବୁ ଦୃଷ୍ଟିରୁ ଚିନ୍ତା କରି ଲକଡାଉନକୁ କୋହଳ କରିଛନ୍ତି। ଆମର ସର୍ଭେଲାନ୍ସ, ଟିକାକରଣ ଯେଭଳି ଚାଲିଛି, ସେମିତି ଚାଲିବ। ସମସ୍ତଙ୍କୁ ଅନୁରୋଧ ନିୟମକୁ ମାନନ୍ତୁ, ଖୋଲା ସମୟରେ ହେଉ ବା କର୍ଫ୍ୟୁ ସମୟରେ।
ସେ ଆହୁରି କହିଛନ୍ତି, ସବୁ ଦାୟିତ୍ୱ ସରକାରଙ୍କ ଭାବିବା ଠିକ ନୁହେଁ। ଏଥିରେ କମ୍ୟୁନିଟିର ମଧ୍ୟ ସାହାଯ୍ୟ ଦରକାର। ସରକାର ଓ କମ୍ୟୁନିଟି ମିଶିଲେ ହି ମହାମାରୀକୁ ନିୟନ୍ତ୍ରଣ କରାଯାଇପାରିବ ।
କଟକ ଓ ଭୁବନେଶ୍ୱରରେ କରୋନା ସଂକ୍ରମଣ ନ କମିବାର ବଡ଼ କାରଣ ହେଉଛି, ଏଠାକୁ ବିଭିନ୍ନ ସ୍ଥାନରୁ ଲୋକଙ୍କ ଯାତାୟାତ ହେଉଛି। ବସ୍, ଟ୍ରେନ୍ ଓ ଫ୍ଲାଇଟରେ ସବୁବେଳେ ଚଳପ୍ରଚଳ ଚାଲିଛି। ଯିଏ ଆସୁଛି, ସେ ଲକ୍ଷଣହୀନ ସଂକ୍ରମିତ ହୋଇଥିବାର ସମ୍ଭାବନାକୁ ଏଡାଯାଇ ନ ପାରେ। ଦ୍ଵିତୀୟରେ ପ୍ରଶାସନ ଦୋକାନ ବଜାର ବନ୍ଦ କରିବାର ମୁଖ୍ୟ ଉଦେଶ୍ୟ ହେଉଛି ନିୟମର ଉଲ୍ଲଘଂନ। ତୃତୀୟରେ ଯେଉଁ ଅଞ୍ଚଳରେ କ୍ଲଷ୍ଟର ସଂକ୍ରମଣ ହେଉଛି ସେଠି କଣ୍ଟେନମେଣ୍ଟ ଜୋନ କରାଯାଉଛି। କୋହଳ ହେଇଗଲା ବୋଲି ଆମେ ଚୁପ ବସିବୁ ନାହିଁ । କଟକ ଓ ଭୁବନେଶ୍ୱରରେ ସବୁଦିନ ସଂକ୍ରମଣ ପ୍ଲାଟୋ ଅବସ୍ଥାରେ ରହୁଛି। ତାକୁ କିଭଳି କମ୍ କରାଯିବ, ସେ ଦିଗରେ କାମ କରୁଛୁ।
ଆଡମିସନ, ସିଭିଅରିଟି ହାର କମିଛି। ଭେଣ୍ଟିଲେଟର, ଆଇସିୟୁ ଓ ଜେନେରାଲ ବେଡ ରୋଗୀଙ୍କ ସଂଖ୍ୟା କମିଛି। ସଂକ୍ରମଣ ଥିଲେ ବି ରୋଗୀ ଗୁରୁତର ହେବା କମିଛି।
ଟୀକା ନେଲେ ବି ସଂକ୍ରମଣ ହେଉଛି । ଆନ୍ତର୍ଜାତିକ ରିପୋର୍ଟ କହୁଛି, ୦.୩ ପ୍ରତିଶତ ଲୋକଙ୍କୁ ଟୀକା ନେବା ପରେ ସଂକ୍ରମଣ ହେଉଛି। ଆମେ ଜାଣିବାକୁ ପାଇଛୁ, ଯେଉଁମାନେ ଦ୍ୱିତୀୟ ଡୋଜ ନେଇଛନ୍ତି, ସେମାନେ ଗୁରୁତର ହେଉନାହାନ୍ତି। ଟିକା ନେଲେ ରୋଗ ପ୍ରତିଷେଧକ ଶକ୍ତି ବଢୁଛି।
The post କଟକ ଓ ଭୁବନେଶ୍ୱରରେ କରୋନା ସଂକ୍ରମଣ ନ କମିବାର ମୁଖ୍ୟ କାରଣ କହିଲେ ସ୍ୱାସ୍ଥ୍ୟ ନିର୍ଦେଶକ first appeared on Sambad.from କରୋନା | Sambad https://ift.tt/3z0Yr9W
0 Comments