
ୱାସିଂଟନ : ଆମେରିକା ସମେତ ବିଶ୍ବର ୧୩୨ଟି ଦେଶରେ ବ୍ୟାପିଥିବା ଡେଲ୍ଟା ଭାରିଆଣ୍ଟ କରୋନା ଭୂତାଣୁ ହାଡ଼ଫୁଟି ଭଳି ସଂକ୍ରାମକ ବୋଲି ଆମେରିକାର ରୋଗ ନିୟନ୍ତ୍ରଣ ଓ ନିବାରଣ କେନ୍ଦ୍ର (ସିଡିସି) ପକ୍ଷରୁ କୁହାଯାଇଛି। ମୂଳ କୋଭିଡ-୧୯ ଷ୍ଟ୍ରେନ ତୁଳନାରେ ଏହାର ସଂକ୍ରମଣ କ୍ଷମତା ଅଧିକ। ସଂପୂର୍ଣ୍ଣ ଟିକା ନେଇଥିଲେ ମଧ୍ୟ ବୟସ୍କ ବ୍ୟକ୍ତିଙ୍କୁ ଏହା ଅସୁସ୍ଥ କରିପାରେ ବୋଲି ସିଡିସି ପକ୍ଷରୁ ସତର୍କ କରାଇ ଦିଆଯାଇଛି। ସଂସଦର ସଦସ୍ୟମାନଙ୍କୁ ସିଡିସି ଏଭଳି ସତର୍କ ସୂଚନା ଦେଇଛି ବୋଲି ଏକ ଗୋପନୀୟ ତଥ୍ୟରୁ ଜଣାଯାଇଛି।
ସାଧାରଣ ଥଣ୍ଡା, ୧୯୧୮ର ସ୍ପେନିସ୍ ଫ୍ଲୁ, ହାଡ଼ଫୁଟି, ଇବୋଲା, ଏମଇଆର୍ଏସ୍ ଏବଂ ସାର୍ସ ତୁଳନାରେ ଏହା ଅଧିକ ସଂକ୍ରାମକ। କେବଳ ଡେଲଟା ଭାରିଆଣ୍ଟ ତୁଳନାରେ ମିଳିମିଳା ଅଧିକ ସଂକ୍ରାମକ ବୋଲି ଏଥିରେ କୁହାଯାଇଛି। ତେଣୁ ଟିକା ନେବାର ଲାଭ ସଂପର୍କରେ ସରକାର ଲୋକଙ୍କୁ ଜଣାଇବା ଆବଶ୍ୟକ। ଟିକା ନେଇଥିଲେ କରୋନାରେ ଗୁରୁତର ହେବା କିମ୍ବା ମୃତ୍ୟୁ ଘଟିବାର ଆଶଙ୍କା ୧୦ ଗୁଣା କିମ୍ବା ତାଠାରୁ ଅଧିକ କମିଯିବା ସହିତ ସଂକ୍ରମିତ ହେବାର ଆଶଙ୍କା ମଧ୍ୟ ୩ ଗୁଣା କମିଯାଇଥାଏ ବୋଲି କୁହାଯାଇଛି।
ଟିକା ସଂକ୍ରମଣ ରୋକିବାରେ କମ୍ ପ୍ରଭାବୀ ହୋଇଥାଇପାରେ କିନ୍ତୁ ରୋଗୀ ଗୁରୁତର ହେବାରୁ ୯୦ ପ୍ରତିଶତରୁ ଅଧିକ ସୁରକ୍ଷା ଦେଇଥାଏ। ଟିକା ନେଇଥିବା ୧୬୨ ନିୟୁତ ଆମେରିକୀୟଙ୍କ ମଧ୍ୟରୁ ସପ୍ତାହକୁ ୩୫ ହଜାର ବ୍ୟକ୍ତିଙ୍କ ଠାରେ କରୋନା ସଂକ୍ରମଣର ଲକ୍ଷଣ ଦେଖାଦେଉଛି ବୋଲି ରିପୋର୍ଟରେ କୁହାଯାଇଛି।
The post ଡେଲଟା ହାଡ଼ଫୁଟି ଭଳି ସଂକ୍ରାମକ: ସିଡିସି first appeared on Sambad.from କରୋନା | Sambad https://ift.tt/379y7hQ
0 Comments