ଭୁବନେଶ୍ବର : ଶନିବାର ରାଜଧାନୀରୁ ୩୭୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୨୬ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୨୧ଜଣଙ୍କର ମୃତ୍ୟୁ ହୋଇଥିବା ବିଏମ୍‌ସି ପକ୍ଷରୁ ଦର୍ଶାଯାଇଛି। ଶନିବାରର ମୃତକଙ୍କୁ ମିଶାଇ ରାଜଧାନୀରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୬୧୬ରେ ପହଞ୍ଚିଛି। ଶନିବାର ବଡଗଡ଼ରୁ ୯ଜଣ, ଚନ୍ଦ୍ରଶେଖରପୁରରୁ ୧୨, ଆଇଆର୍‌ସି ଭିଲେଜରୁ ୯, ଖଣ୍ଡଗିରିରୁ ୧୩, ଲକ୍ଷ୍ମୀସାଗରରୁ ୧୨, ପୁରୁଣା ଭୁବନେଶ୍ବରରୁ ୧୦, ରସୁଲଗଡ଼ରୁ ୧୦, ସୁନ୍ଦରପଦାରୁ ୧୪, ୟୁନିଟ-୮ରୁ ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ରାଜଧାନୀର ବହୁ ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୀଳାଦ୍ରି ନିଳୟ ଆପାର୍ଟମେଣ୍ଟ ହେଲା କଣ୍ଟେନମେଣ୍ଟ ଜୋନ୍
ଭୁବନେଶ୍ବର : ଆଇଆର୍‌ସି ଭିଲେଜସ୍ଥିତ ଏନ୍‌-୨/୧୩ରେ ଥିବା ନୀଳାଦ୍ରି ନିଳୟ ଆପାର୍ଟମେଣ୍ଟରୁ ବହୁ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ବିଏମ୍‌ସି ପକ୍ଷରୁ ଏହାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏବେ ଏହି ଆପାର୍ଟମେଣ୍ଟରୁ କେହି ବାହାରକୁ ଯାଇପାରିବେନି କି ବାହାର ଲୋକ ଏହା ଭିତରକୁ ଆସିବେନି। ବିଏମ୍‌ସି ପକ୍ଷରୁ ସମସ୍ତଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଯିବ ବୋଲି ବିଏମ୍‌ସିର ଦକ୍ଷିଣ-ପଶ୍ଚିମ ଜୋନ୍‌ ଡେପୁଟି କମିସନର କହିଛନ୍ତି।

The post ରାଜଧାନୀରେ କରୋନା ମୃତ୍ୟୁ ୬୦୦ ଟପିଲା first appeared on Sambad.

from କରୋନା | Sambad https://ift.tt/3zbYvnA