ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩,୩୯୩ କରୋନା ଆକ୍ରାନ୍ତ ଚିହ୍ନଟ, ୯୧୧ ମୃତ

ନୂଆଦିଲ୍ଳୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩,୩୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହିତ ୯୧୧ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ନୂତନ ସଂକ୍ରମିତଙ୍କୁ ମିଶାଇ ଭାରତର ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୭ ଲକ୍ଷ ୫୨ ହଜାର ୯୫୦ରେ ପହଞ୍ଚିଛି। ମୃତ ସଂଖ୍ୟା ପହଞ୍ଚିଛି ୪ ଲକ୍ଷ  ହଜାର ୯୩୯ରେ।

ଏବେ ସୁଦ୍ଧା ଦେଶରେ ଆରୋଗ୍ୟ ଲାଭ କରି ସାରିଲେଣି ୨ କୋଟି ୯୮ ଲକ୍ଷ ୮୮ ହଜାର ୨୮୪ ଜଣ। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ଆରୋଗ୍ୟ ଲାଭ କରିଛନ୍ତି ୪୪,୪୫୯ ଜଣ।

ନୂତନ ଆରୋଗ୍ୟଙ୍କ  ସଂଖ୍ୟା ମିଶାଇ ଦେଶରେ ସମୁଦାୟ ଆରୋଗ୍ୟଙ୍କ ହାର ୯୭.୧୯ରେ ପହଞ୍ଚିଥିବା ବେଳେ ସଂକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧.୪୯ ପ୍ରତିଶତକୁ ଖସିଛି।

ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍ ମେଡିକାଲ୍‌ ରିସର୍ଚ(ଆଇସିଏମ୍‌ଆର୍‌) ଦେଇଥିବା ତଥ୍ୟ ମୁତାବକ, ଜୁଲାଇ ୮ ତାରିଖରେ ୪୨ କୋଟି ୭୦ ଲକ୍ଷ ୧୬ ହଜାର ୬୦୫ ନମୁନା ପରୀକ୍ଷା କରାଯାଇଛି।

 

The post ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩,୩୯୩ କରୋନା ଆକ୍ରାନ୍ତ ଚିହ୍ନଟ, ୯୧୧ ମୃତ first appeared on Sambad.

from କରୋନା | Sambad https://ift.tt/3hsnnBp

Post a Comment

0 Comments