
ଭୁବନେଶ୍ବର : ରାଜଧାନୀରେ କରୋନା ସଂକ୍ରମଣ କମୁଥିଲେ ମଧ୍ୟ ଏଯାଏ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ। କେତେକ ସ୍ଥାନରେ ଏବେବି ପୁଳାପୁଳା ଆକ୍ରାନ୍ତ ବାହାରୁଛନ୍ତି। ତେଣୁ ସଂକ୍ରମଣ ଉପରେ ରୋକ୍ ଲଗାଇବାକୁ ବିଏମ୍ସି ତତ୍ପର ହୋଇଉଠିଛି। ଆଜି ଗୋଟିଏ ଦିନରେ ସହରରେ ୧୪ଟି ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଦକ୍ଷିଣ ପୂର୍ବ ଓ ଦକ୍ଷିଣ ପଶ୍ଚିମ ଜୋନ୍ରେ ଦୁଇଟି ଲେଖାଏଁ ଘୋଷଣା ହୋଇଥିବା ବେଳେ ଉତ୍ତର ଜୋନ୍ରେ ସର୍ବାଧିକ ୧୦ଟି କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା ହୋଇଛି। ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ଅଞ୍ଚଳ ସବୁକୁ ସିଲ୍ କରାଯିବା ସହ ଏହି ଅଞ୍ଚଳକୁ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଏହି ଅଞ୍ଚଳରେ ରହୁଥିବା ବାସିନ୍ଦାଙ୍କୁ ମଧ୍ୟ ବାହାରକୁ ବାହାରିବା ଲାଗି ବାରଣ କରାଯାଇଛି। ଏହି ଅଞ୍ଚଳରେ ଚାଲୁଥିବା ସମସ୍ତ ଅଫିସ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ବାସ୍ଥ୍ୟସେବା ସହ ଅନ୍ୟ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ଦାୟିତ୍ବ ବିଏମ୍ସି ନେଇଛି। ପୂର୍ବରୁ ଗୋଟିଏ ଅଞ୍ଚଳକୁ ସିଲ୍ କରାଯିବା ସହ କଣ୍ଟେନ୍ମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଉଥିଲା। କିନ୍ତୁ ହାଇକୋର୍ଟଙ୍କ ହସ୍ତକ୍ଷେପ ଫଳରେ କେବଳ ନିର୍ଦ୍ଦିଷ୍ଟ ଘରକୁ ମାଇକ୍ରୋକଣ୍ଟେନ୍ମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଉଛି। ଏହି କ୍ରମରେ ଆଜି ସରକାରୀ କ୍ବାର୍ଟର୍ସକୁ ମଧ୍ୟ ମାଇକ୍ରୋକଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇ ସିଲ୍ କରାଯାଇଛି।
ସୂଚନା ମୁତାବକ, ଦକ୍ଷିଣପୂର୍ବ ଜୋନ୍ର ୟୁନିଟ୍ ୬ ଗଙ୍ଗନଗରରେ ଥିବା ବୃନ୍ଦାବନ ପ୍ଲାଜାର ଦ୍ବିତୀୟ ମହଲାରେ ଥିବା ଫ୍ଲାଟ୍ ନମ୍ବର ୨୦୭ ଓ ୨୦୮ ଏବଂ ପଞ୍ଚମ ମହଲାରେ ଥିବା ୫୦୯ ଓ ୫୧୦ କୁ କଣ୍ଟେନ୍ମେଣ୍ଟ ଜୋନ୍ ଭାବରେ ଚିହ୍ନଟ କରାଯାଇଛି। ସେହିଭଳି ଦକ୍ଷିଣ ପଶ୍ଚିମ ଜୋନ୍ର ମଧୁସୂଦନ ନଗର ପ୍ଲଟ୍ ନମ୍ବର ୮୪ ଓ ପୁରୁଣା ଏଜି କଲୋନିର ସରକାରୀ କ୍ବାର୍ଟର୍ସ ନଂ ୩୧ ଓ ୩୨କୁ ମଧ୍ୟ ସିଲ୍ କରାଯାଇଛି। ଅନ୍ୟପକ୍ଷରେ ଉତ୍ତର ଜୋନ୍ର ଶୈଳେଶ୍ରୀ ବିହାରର ପ୍ଲଟ୍ ନମ୍ବର ଏଚ୍ଆଇଜି ୫୨, ଶୈଳେଶ୍ରୀ ବିହାର କୈଳାସ ବିହାରର ପ୍ଲଟ୍ ନମ୍ବର ଜିଏ ୨୧୬, ପଟିଆ ଶିଶୁ ବିହାରର ପ୍ଲଟ ନମ୍ବର ୨୪୭୬, ପଟିଆ ଶ୍ରୀ ବିହାର ଲୋକନାଥ ଆପାର୍ଟମେଣ୍ଟ ସାମ୍ନା ପ୍ଲଟ୍ ନମ୍ବର ୬୬୫, ନୀଳାଦ୍ରି ବିହାର ହିଲ୍ ଭ୍ୟୁ ଆପାର୍ଟମେଣ୍ଟ, ନୀଳାଦ୍ରି ବିହାର ପ୍ଲଟ୍ ନମ୍ବର ୧୬୪, ସିକ୍ସଥ୍ ଆଭେନ୍ୟୁ ଆପାର୍ଟମେଣ୍ଟର ଆଇଆରଆଇଏସ୍ ବ୍ଲକ୍, ବାଲିଅନ୍ତା ମେଟ୍ରୋ ହାଇୱେ ଆପାର୍ଟମେଣ୍ଟର ଫ୍ଲାଟ ନମ୍ବର ୨୦୭, ଶୈଳେଶ୍ରୀ ବିହାର ପ୍ଲଟ୍ ନମ୍ବର ଭିଆଇଏମ୍-୧୪, ପଳାସୁଣି ଇମେଜ୍ କଲେଜ୍ପାଖ ସତ୍ୟବିହାର ପ୍ଲଟ୍ ନମ୍ବର ୨୧୯୭ରେ ଥିବା ଘରକୁ ମାଇକ୍ରୋକଣ୍ଟେନ୍ମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ଏସବୁ ଜାଗାରେ କଣ୍ଟେନ୍ମେଣ୍ଟ ଜୋନ ଭଳି ସମସ୍ତ କଟକଣା ଲଗାଯାଇଛି।
The post ରାଜଧାନୀରେ ସଂକ୍ରମଣ ରୋକିବାକୁ ବିଏମ୍ସି ତତ୍ପର: ଗୋଟିଏ ଦିନର ୧୪ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ first appeared on Sambad.ଦୁଇ ଶହ ତଳକୁ ଖସିଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ବର : ପ୍ରାୟ ତିନି ମାସ ପରେ ରାଜଧାନୀରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହ ତଳକୁ ଖସିଛି। ଆଜି ୧୮୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୫୮ଜଣ ସୁସ୍ଥ ହୋଇଛନ୍ତି। ୧୬ଜଣଙ୍କର ମୃତ୍ୟୁ ଦର୍ଶାଯାଇଛି। କିନ୍ତୁ ଆକ୍ରାନ୍ତଙ୍କ ସଂଖ୍ୟା ତୁଳନାରେ ସୁସ୍ଥଙ୍କ ସଂଖ୍ୟା କମୁଥିବାରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୦୩ରେ ପହଞ୍ଚିଛି।ରବିବାର ୩୯୦୬ ଜଣଙ୍କର କରୋନା ପରୀକ୍ଷା ହୋଇଥିବାବେଳେ ୧୮୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହ ତଳକୁ ଖସିବା ସହ ଟେଷ୍ଟ ପଜିଟିଭି ରେଟ୍ (ଟିପିଆର୍) ୪.୬୩%କୁ ଖସିଛି। ଭୁବନେଶ୍ବରରେ ଟିପିଆର୍ ୫%ରୁ ତଳକୁ ଖସୁନଥିବାରୁ ଚିନ୍ତାଜନକ ଥିଲା। କିନ୍ତୁ ଏବେ ଏହା କମିଥିବାରୁ ଆଗାମୀ ଦିନରେ ଏହା ଜାରି ରହିଲେ ଭୁବନେଶ୍ବରରେ ଲକ୍ଡାଉନ୍ ନିୟମ କୋହଳ ହେବ। ଆଜି ଚନ୍ଦ୍ରଶେଖରପୁରରୁ ୭ଜଣ, ଖଣ୍ଡଗିରିରୁ ୧୨, ନୂଆପଲ୍ଲୀରୁ ୧୧, ବରମୁଣ୍ଡାରୁ ୭, ବମିଖାଲରୁ ୪, ଡୁମଡୁମାରୁ ୫, ପଟିଆରୁ ୮, ପୋଖରୀପୁଟରୁ ୫, ସହିଦନଗରରୁ ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
from କରୋନା | Sambad https://ift.tt/3eyrhGM
0 Comments