
ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍ ସଂକ୍ରମଣରୁ ୨୩୪୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ୫୭୧ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୫ ହଜାର ୭ରେ ପହଂଚିଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି କଟକ ଜିଲ୍ଳାରୁ ୨୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବାଲେଶ୍ୱରରୁ ୧୬୪, ପୁରୀରୁ ୧୪୧, କେନ୍ଦ୍ରାପଡ଼ାରୁ ୧୨୧, ମୟୂରଭଂଜରୁ ୧୦୩, ଯାଜପୁରରୁ ୯୮, ଜଗତସିଂହପୁରରୁ ୭୬, ନୟାଗଡ଼ରୁ ୭୨, ଢେଙ୍କାନାଳରୁ ୭୦ ଓ ଭଦ୍ରକରୁ ୬୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।
ସେହିପରି ସୁନ୍ଦରଗଡ଼ରୁ ୬୨, କେନ୍ଦୁଝରରୁ ୫୯, ଅନୁଗୁଳ ଏବଂ ରାୟଗଡ଼ାରୁ ୫୦ ଜଣ ଲେଖାଏଁ, ମାଲକାନଗିରିରୁ ୪୫, ସମ୍ବଲପୁରରୁ ୩୦, ବଲାଙ୍ଗୀରରୁ ୨୪, କୋରାପୁଟରୁ ୨୩, କନ୍ଧମାଳରୁ ୨୧, ଝାରସୁଗୁଡ଼ାରୁ ୧୭, ସୁବର୍ଣ୍ଣପୁରରୁ ୧୪, ବରଗଡ଼, ଗଂଜାମ ଏବଂ କଳାହାଣ୍ଡିରୁ ୧୧ ଜଣ ଲେଖାଏଁ, ନବରଂଗପୁରରୁ ୯, ଦେବଗଡ଼ରୁ ୭, ଗଜପତିରୁ ୬, ବୌଦ୍ଧରୁ ୪, ନୂଆପଡ଼ାରୁ ୩ ଓ ରାଜ୍ୟପୁଲରୁ ୧୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
The post ରାଜ୍ୟରେ ଆଜି ୨୩୪୧ କରୋନା ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୭୧ first appeared on Sambad.from କରୋନା | Sambad https://ift.tt/3BjHPfA
0 Comments