ଭୁବନେଶ୍ୱର: କରୋନା ନେଇ ରାଜ୍ୟବାସୀଙ୍କୁ ଆଜି ସାମାନ୍ୟ ଆଶ୍ୱସ୍ତିକର ଖବର ମିଳିଛି । ରାଜ୍ୟରେ ଆଜି ୧୯୯୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଚନ୍ତି । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା ପଜିଟଭ ମଧ୍ୟରୁ ସଂଗରୋଧରୁ ୧୧୫୪ ଓ ସ୍ଥାନୀୟ ଅଂଚଳରୁ ୮୩୯ ଜଣ ଆକ୍ରାନ୍ତ ଅଛନ୍ତି ।

ରାଜ୍ୟ ସରକାରଙ୍କ କହିବା ଅନୁସାରେ ଆଜି ମୟୂରଭଂଜରୁ ୧୧୦, ନବରଂଗପୁରରୁ ୧୫, ନୟାଗଡ଼ରୁ ୭୮, ନୂଆପଡ଼ାରୁ ୬, ପୁରୀରୁ ୧୪୪, ରାୟଗଡ଼ାରୁ ୨୪, ସମ୍ବଲପୁରରୁ ୧୪, ସୁବର୍ଣ୍ଣପୁରରୁ ୧୭, ରାଜ୍ୟପୁଲରୁ ୫୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି ବୌଦ୍ଧ ଜିଲ୍ଲାରୁ ୧୦, କଟକରୁ ୨୯୭, ଦେବଗଡ଼ରୁ ୫, ଢେଙ୍କାନାଳରୁ ୪୪, ଗଜପତିରୁ ୫, ଗଂଜାମରୁ ୧୩, ଜଗତସିଂହପୁରରୁ ୮୯, ଯାଜପୁରରୁ ୧୪୧, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୮, କନ୍ଧମାଳରୁ ୧୩, କେନ୍ଦ୍ରାପଡ଼ାରୁ ୨୯, କେନ୍ଦୁଝରରୁ ୩୫, ଖୋର୍ଦ୍ଧାରୁ ୩୨୨, କୋରାପୁଟରୁ ୩୧, ମାଲକାନଗିରିରୁ ୪୨, ଅନୁଗୁଳରୁ ୫୮, ବାଲେଶ୍ୱରରୁ ୧୮୧, ବରଗଡ଼ରୁ ୧୯, ଭଦ୍ରକରୁ ୮୬ ଓ ବଲାଙ୍ଗୀରରୁ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ଏପର୍ଯ୍ୟନ୍ତ ୧ କୋଟି ୪୬ ଲକ୍ଷ ୪୧ ହଜାର ୨୪୧ ଜଣଙ୍କର ନମୁନା ପରୀକ୍ଷା କରାଯାଇଛି । ଏଥିରୁ ୯ ଲକ୍ଷ ୪୧ ହଜାର ୭୪୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୯ ଲକ୍ଷ ୧୨ ହଜାର ୪୬୩ ଜଣ ଲୋକ ସୁସ୍ଥ ହୋଇଥିବା ବେଳେ ୨୪ ହଜାର ୫୬୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

The post କରୋନାରୁ ସାମାନ୍ୟ ଆଶ୍ୱସ୍ତି; ରାଜ୍ୟରେ ଆଜି ୧୯୯୩ ପଜିଟିଭ ଚିହ୍ନଟ first appeared on Sambad.

from କରୋନା | Sambad https://ift.tt/3xzYE3H