
ନୂଆଦିଲ୍ଲୀ: ୩୦ ଦେଶରେ ଚିହ୍ନଟ ହୋଇ ସାରିଲାଣି କରୋନାର ଆଉ ଏକ ରୂପାନ୍ତରିତ ପ୍ରକାର। ଯାହାକୁ ଲାମ୍ବଡ଼ା ପ୍ରଜାତି ବୋଲି କୁୁହାଯାଉଛି। ତେବେ ଭାରତ ପାଇଁ ଆଶ୍ବସ୍ତିର ବିଷୟ ହେଉଛି ଏହି ପ୍ରଜାତି ଏବେ ପର୍ଯ୍ୟନ୍ତ ଆମ ଦେଶରେ ଚିହ୍ନଟ ହୋଇନାହିଁ। ଏ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।
ଏ ନେଇ ନେସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭିରୋଲୋଜିର ଡକ୍ଟର ପ୍ରଜ୍ଞା ଯାଦବ କହିଛନ୍ତି କି ଏହି ପ୍ରଜାତି ଖୁବ୍ ଜୋର୍ରେ ସଂକ୍ରମଣ ମଚାଇବ। ୨୦୨୦ ମସିହା ଡିସେମ୍ବର ମାସରେ ଏହି ପ୍ରଜାତି ପ୍ରଥମେ ପେରୁରେ ଦେଖାଯିବା ପରେ ଏବେ ସୁଦ୍ଧା ୩୦ଟି ଦେଶରେ ଦେଖା ଦେଇ ସାରିଲାଣି।
ଏହା ଡେଲ୍ଟାଠାରୁ ମଧ୍ୟ ଅଧିକ ଭୟଙ୍କର ବୋଲି ବ୍ରିଟେନ୍ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସୋମବାର ୟୁକେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ, ‘ଦ ଷ୍ଟାର୍’ର ରିପୋର୍ଟ ଅନୁସାରେ ଏହି ଲାମ୍ବଡ଼ା ଭାରିଆଣ୍ଟ ପେରୁଠାରେ ଉତ୍ପତ୍ତିଲାଭ କରିଛି, ଯେଉଁ ଦେଶରେ କୋଭିଡ୍-ଜନିତ ମୃତ୍ୟୁହାର ବିଶ୍ବରେ ସର୍ବାଧିକ । ଇଂଲଣ୍ଡରେ ମଧ୍ୟ ଲାମ୍ବଡ଼ା ଭାରିଆଣ୍ଟ ଚିହ୍ନଟ ହୋଇଛି ବୋଲି ଏକ ଅଷ୍ଟ୍ରେଲୀୟ ନ୍ୟୁଜ୍ ପୋର୍ଟାଲ ନ୍ୟୁଜ୍.କମ୍ ପ୍ରକାଶ କରିଥିବା ଏଥିରେ କୁହାଯାଇଛି ।
The post ଭାରତ ପାଇଁ ଆଶ୍ବସ୍ତି; ୩୦ ଦେଶରେ ଚିହ୍ନଟ ହୋଇ ସାରିଥିବା କରୋନାର ଲାମ୍ବଡ଼ା ପ୍ରଜାତି ଏବେ ସୁଦ୍ଧା ଆମ ଦେଶରେ ନାହିଁ first appeared on Sambad.from କରୋନା | Sambad https://ift.tt/36pxAYI
0 Comments