
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୩,୦୦୦ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୩,୦୭୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ସହ କରୋନା ଯୋଗୁଁ ୯୫୫ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି। ଏହା ସହିତ ସମଗ୍ର ଦେଶରେ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ଏବଂ ସକ୍ରିୟ ମାମଲା ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି | ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫୨,୨୯୯ଜଣ ଲୋକ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହି କାରଣରୁ, କରୋନାରୁ ଆରୋଗ୍ୟ ହୋଇଥିବା ମୋଟ ରୋଗୀଙ୍କ ସଂଖ୍ୟା ୨,୯୬,୫୮,୦୭୮ କୁ ବୃଦ୍ଧି ପାଇଛି। ଭାରତରେ କରୋନାରୁ ଆରୋଗ୍ୟ ହାର ବର୍ତ୍ତମାନ ୯୭.୦୯% ରେ ପହଂଚିଥିବାବେଳେ ଦେଶରେ ସମୁଦାୟ ସକ୍ରିୟ ମାମଲା ୪,୮୫,୩୫୦ରେ ପହଂଚିଛି |
ଦେଶରେ କରୋନା ସ୍ଥିତି
ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ସଂକ୍ରମଣ ମାମଲା: ୪୩,୦୭୧
ଗତ ୨୪ ଘଣ୍ଟା ମଧ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା: ୫୨,୨୯୯
ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ରୋଗୀଙ୍କ ମୃତ୍ୟୁ: ୯୫୫
ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୦୫,୪୫,୪୩୩
ଏପର୍ଯ୍ୟନ୍ତ ଆରୋଗ୍ୟ ହୋଇଛନ୍ତି : ୨,୯୬,୫୮,୦୭୮
ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା: ୪,୦୨,୦୦୫
ବର୍ତ୍ତମାନ ଚିକିତ୍ସିତ ହେଉଥିବା ମୋଟ ରୋଗୀଙ୍କ ସଂଖ୍ୟା: ୪,୮୫,୩୫୦
The post ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୩ ହଜାର ନୂଆ ସଂକ୍ରମିତ ଚିହ୍ନଟ first appeared on Sambad.from କରୋନା | Sambad https://ift.tt/3qMJBAR
0 Comments