ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଦେଶରେ ଉଦ୍‌ବେଗଜନକ ଥିବା କେରଳ ସମେତ ଉତ୍ତରପୂର୍ବାଞ୍ଚଳର ୧୦ଟି ରାଜ୍ୟର କୋଭିଡ୍‌ ପରିସ୍ଥିତି ସମୀକ୍ଷା କରିବେ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ଦେଶର ବାକି ସମସ୍ତ ପ୍ରଦେଶରେ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଏହି ୧୦ଟି ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି।

ଏଥିପାଇଁ ଭୂଷଣ କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଆସାମ, ମିଜୋରାମ, ମେଘାଳୟ ଏବଂ ମଣିପୁରର କୋଭିଡ୍-୧୯ଜନିତ ପରିସ୍ଥିତି ସମୀକ୍ଷା କରିବେ।

ଏ ମଧ୍ୟରେ କେନ୍ଦ୍ର ସରକାର କେରଳକୁ ୬ଜଣିଆ ସଦସ୍ୟବିଶିଷ୍ଟ ‘ମଲ୍‌ଟି-ଡିସିପ୍ଲିନେରି ଟିମ୍‌’ ପଠାଇ ସାରିଲେଣି। ସେମାନେ ସେଠାକାର କୋଭିଡ୍-୧୯ ମହାମାରୀ ସ୍ଥିତି ଅନୁଧ୍ୟାନ କରି ସଂକ୍ରମଣ ବିସ୍ତାର ରୋକିବା ଲାଗି ପଦକ୍ଷେପ ସଂକ୍ରାନ୍ତରେ ପରାମର୍ଶ ଦେବେ। ଏହି ବିଶେଷଜ୍ଞ ଦଳର ନେତୃତ୍ବ ନେଇଥିବା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌’ର (ଏନ୍‌ସିଡିସି) ନିର୍ଦେଶକ ଡାକ୍ତର ସୁଜିତ ସିଂହ ଶୁକ୍ରବାର ରାତିରେ ତିରୁବନନ୍ତପୁରମ୍‌ରେ ପହଞ୍ଚିଛନ୍ତି।

Image Courtesy of The Financial Express

ପୂର୍ବରୁ ମଧ୍ୟ ଡାକ୍ତର ସିଂହ କହି‌ଥିଲେ ଯେ, ଉଦ୍‌ବେଗର ଅନେକ କାରଣ ମଧ୍ୟରୁ ପଜିଟିଭିଟି ହାର ବୃଦ୍ଧି ଅନ୍ୟତମ। ସବୁଆଡ଼େ ସଂକ୍ରମଣ ମାମଲା ହ୍ରାସ ପାଉଥିବା ବେଳେ କେରଳରେ ସଂକ୍ରମଣ ଚାଲୁ ରହିଛି। ରାଜ୍ୟ ସରକାରଙ୍କର ସହ ଆଲୋଚନା କରାଯିବ। ଏହା ଏକ ସାମୂହିକ ପରିସ୍ଥିତି। ଦେଖାଯାଉ ପରିସ୍ଥିତି କିଭଳି ସୁଧୁରୁଛି।

ସୂଚନାଯୋଗ୍ୟ, ଶୁକ୍ରବାର ଦିନ କେରଳ ୨୦,୦୦୦ରୁ ଅଧିକ ସଦ୍ୟ ସଂକ୍ରମଣ ରିପୋର୍ଟ କରିଥିଲା। ଏହା ହେଉଛି ସମଗ୍ର ଭାରତର ଗୋଟିଏ ଦିନର କୋଭିଡ୍‌-୧୯ ସଂକ୍ରମଣର ୫୦%। ରାଜ୍ୟର ପଜିଟିଭିଟି ହାର ମଧ୍ୟ ୧୩.୬୧%କୁ ବୃଦ୍ଧି ପାଇଛି।

The post ଉଦ୍‌ବେଗଜନକ ଥିବା କେରଳ ଓ ଉତ୍ତରପୂର୍ବାଞ୍ଚଳର ୧୦ଟି ରାଜ୍ୟର କୋଭିଡ୍‌ ପରିସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସରକାର first appeared on Sambad.

from କରୋନା | Sambad https://ift.tt/3j6iuxx