
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଏବେ ଟିକାକରଣ ଅଭିଯାନ ଯୁଦ୍ଧସ୍ତରରେ ଚାଲିଛି। ସ୍ବାସ୍ଥ୍ୟ ବିଭାଗ ସୂଚନା ମୁତାବକ ଆଜି ସୁଦ୍ଧା ୪୦.୪୯ କୋଟି ଟିକା ଡୋଜ ଦିଆଯାଇଛି। ଟିକାକରଣରେ ସଂଖ୍ୟା ଦୃଷ୍ଟିରୁ ଚୀନ୍ ବିଶ୍ବରେ ପ୍ରଥମ ସ୍ଥାନରେ ଥିବା ବେଳେ ଏହା ପଛକୁ ଭାରତ ରହିଛି। ଭାରତର ଟିକାକରଣ ଅଭିଯାନ ଚଳିତ ବର୍ଷ ୧୬ ଜାନୁଆରିରୁ ଆରମ୍ଭ ହୋଇଥିଲା। ଏ ପର୍ଯ୍ୟନ୍ତ ଦେଶରେ ୨୫.୨ ପ୍ରତିଶତ ଲୋକଙ୍କୁ ଅତି କମ୍ରେ ଗୋଟିଏ ଡୋଜ୍ ଟିକା ଦିଆଯାଇଛି ଏବଂ ୮.୭ ପ୍ରତିଶତ ଲୋକ ଦୁଇଟି ଡୋଜ୍ ନେଇସାରିଛନ୍ତି। ଭାରତକୁ ଏବେ ବି ଟିକାକରଣ କ୍ଷେତ୍ରରେ ଲମ୍ବା ଲଢ଼େଇ ଲଢ଼ିବାକୁ ହେବ।
The post ଦେଶରେ ୪୦.୪୯ କୋଟି ଡୋଜ୍ ଦିଆଗଲାଣି, ଟିକାକରଣରେ ଭାରତ ବିଶ୍ବରେ ଦ୍ବିତୀୟ first appeared on Sambad.from କରୋନା | Sambad https://ift.tt/3BkTV8q
0 Comments