ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ତରଙ୍ଗର ପ୍ରଭାବ କ୍ରମାଗତ ଭାବେ ହ୍ରାସ ପାଉଛି | ଗତ ୨୪ ଘଣ୍ଟା ମଧ୍ୟରେ ୩୯ ହଜାର ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ଏହି ସଂଖ୍ୟାକୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩ କୋଟି ପାଞ୍ଚ ଲକ୍ଷ ୮୫ ହଜାରକୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୩୯ ହଜାର ୭୯୬ଟି ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୪୨ ହଜାର ୩୫୨ ଜଣ ସୁସ୍ଥ ହୋଇଛନ୍ତି |
ସେହିପରି କରୋନା ଯୋଗୁଁ ଗତ ୨୪ ଘଣ୍ଟା ମଧ୍ୟରେ ୭୨୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୪,୦୨,୭୨୮ କୁ ବୃଦ୍ଧି ପାଇଛି | ଅନ୍ୟପଟେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) କହିଛି ଯେ ରବିବାର ଦିନ ୧୫ ଲକ୍ଷ ୨୨ ହଜାର ୫୦୪ଟି ନମୁନା ପରୀକ୍ଷା କରାଯାଇଥିଲା, ଆଉ ଏହାକୁ ମିଶାଇଲେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୪୧ କୋଟି ୯୭ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି |
ଅନ୍ୟପକ୍ଷରେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପ୍ରାୟ ୧୪,୮୧,୫୮୩ ଟିକାକରଣ କରାଯାଇଛି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଏପର୍ଯ୍ୟନ୍ତ ୩୫,୨୮,୯୨,୦୪୬ କୋଟି ଡୋଜ ଦିଆଯାଇଛି |
The post ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯ ହଜାର ପଜିଟିଭ ଚିହ୍ନଟ first appeared on Sambad.from କରୋନା | Sambad https://ift.tt/36dAvns
0 Comments