ଦେଶରେ କରୋନା ମୃତ୍ୟୁ ୪ ଲକ୍ଷ ଟପିଲା

ନୂଆଦିଲ୍ଲୀ : ଦେଶରେ କରୋନା ମୃତ୍ୟୁ ୪ ଲକ୍ଷ ଟପିଛି। ଆମେରିକା ଏବଂ ବ୍ରାଜିଲ୍‌ ପରେ ତୃତୀୟ ରାଷ୍ଟ୍ର ଭାବେ ଭାରତରେ କରୋନା ମୃତ୍ୟୁ ୪ ଲକ୍ଷ ଟପିଛି। ଆଜି ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟାରେ ୮୫୨ ମୃତ୍ୟୁ ସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୪,୦୦,୩୧୨ ପହଞ୍ଚିଛି। ମାତ୍ର ୩୯ ଦିନରେ ୧ ଲକ୍ଷ ମୃତ୍ୟୁ ରିପୋର୍ଟ କରାଯାଇଛି। ତେବେ କରୋନା ଯୋଗୁଁ ଅଧିକ ପ୍ରଭାବିତ ଶୀର୍ଷ ୧୦ ରାଷ୍ଟ୍ର ମଧ୍ୟରୁ ଭାରତରେ କରୋନା ମୃତ୍ୟୁ ପ୍ରତି ୧୦ ଲକ୍ଷରେ ସବୁଠୁ କମ୍‌ ରହିଛି। ଭାରତରେ ପ୍ରତି ୧୦ ଲକ୍ଷ‌ରେ ୨୮୭ କରୋନା ମୃତ୍ୟୁ ‌ହୋଇଥିବାବେଳେ ରୁଷ୍‌‌ରେ ପ୍ରତି ୧୦ ଲକ୍ଷରେ ୯୧୬, ଫ୍ରାନ୍ସ, ମେକ୍ସିକୋ, ଆମେରିକା‌ ବ୍ରିଟେନ୍‌ ଆଦି ରାଷ୍ଟ୍ରମାନଙ୍କରେ ପ୍ରତି ୧୦ ଲକ୍ଷରେ କରୋନା ମୃତ୍ୟୁ ୧ ହଜାରରୁ ୨ ହଜାର ରହୁଛି। ଦେଶରେ କରୋନା ମୃତ୍ୟୁ ହାର ୧.୩ ପ୍ରତିଶତ ରହିଛି। ଏହା ଅନ୍ୟ ଦେଶ ତୁଳନାରେ ସବୁଠୁ କମ୍‌।

ବିିଗତ ୨୪ ଘଣ୍ଟାରେ ଦେଶରେ ୪୬,୬୧୭ ନୂଆ ମାମଲା ଚିହ୍ନଟ ହୋଇଛି। ‌ତେବେ ଲଗାତାର ୫ ଦିନ ଧରି ଦେଶରେ ସଂକ୍ରମଣ ୫୦ ହଜାର ତଳେ ରହିବା ଆଶ୍ବସ୍ତିର କାରଣ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା‌ ୩୦,୪୫୮,୨୫୧ରେ ପହଞ୍ଚିଛି। ଦେଶରେ ସକ୍ରିୟ ମାମଲା ୫୦୯,୬୩୭ ରହିଛି। ଲଗାତାର ୫୦ ଦିନ ଧରି ଆରୋଗ୍ୟ ସଂଖ୍ୟା ଦୈନିକ ସଂକ୍ରମଣଠାରୁ ଅଧିକ ରହୁଛି। ଶୁକ୍ରବାର ୫୯,୩୮୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ୯୬.୯୭ ପ୍ରତିଶତକୁ ବୃଦ୍ଧି ପାଇଛି।

The post ଦେଶରେ କରୋନା ମୃତ୍ୟୁ ୪ ଲକ୍ଷ ଟପିଲା first appeared on Sambad.

from କରୋନା | Sambad https://ift.tt/3weZTne

Post a Comment

0 Comments