ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧,୧୫୭ କରୋନା ଆକ୍ରାନ୍ତ ଚିହ୍ନଟ, ୫୧୮ ମୃୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧,୧୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୫୧୮ ମୃୃତ ଚିହ୍ନଟ ହୋଇଛନ୍ତି। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

 

ଦେଶରେ ସର୍ବାଧିକ କରୋନା ସଂକ୍ରମିତ ୫ ରାଜ୍ୟଗୁଡ଼ିକ ମଧ୍ୟରେ ରହିଛି କେରଳ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ଓଡ଼ିଶା। କେରଳରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୬,୧୪୮ ମାମଲା ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରୁ ୮,୧୭୨, ଆନ୍ଧ୍ରପ୍ରଦେଶରୁ ୨,୬୭୨ଓ ତାମିଲନାଡୁରୁ ୨,୨୦୫ ମାମଲା ଚିହ୍ନଟ ହୋଇଛି।

ମହାରାଷ୍ଟ୍ରରୁ ସର୍ବାଧିକ ୧୨୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେରଳରୁ ୧୧୪ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ଆରୋଗ୍ୟ ହାର ୯୭.୩୧ ପ୍ରତିଶତ ରହିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୨୨ ହଜାର ୬୬୦ରେ ପହଞ୍ଚିଛି।

 

The post ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧,୧୫୭ କରୋନା ଆକ୍ରାନ୍ତ ଚିହ୍ନଟ, ୫୧୮ ମୃୃତ first appeared on Sambad.

from କରୋନା | Sambad https://ift.tt/36JygZu

Post a Comment

0 Comments