ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨,୭୬୬ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଳୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨,୭୬୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ସଂକ୍ରମିତଙ୍କୁ ମିଶାଇ ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫୫ ହଜାର ୩୩ରେ ପହଞ୍ଚିଛି। ଦେଶରେ ବର୍ତ୍ତମାନ ସକ୍ରିୟ ହାର ରହିଛି ୧.୪୮ ପ୍ରତିଶତ।

ସବୁଠାରୁ ଅଧିକ ସଂକ୍ରମିତ ରାଜ୍ୟଗୁଡ଼ିକ ମଧ୍ୟରେ ରହିଛି କେରଳ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ଓଡ଼ିଶା। ନୂତନ ୭୩.୫୨ ପ୍ରତିଶତ ସଂକ୍ରମିତଙ୍କ ପାଇଁ ଏହି ୫ ରାଜ୍ୟ ଦାୟୀ। କେବଳ କେରଳରୁ ୩୦ ପ୍ରତିଶତରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି।

ଗତ ୨୪ ଘଣ୍ଟା ମଧରେ ୪୫,୨୫୪ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏବେ ସୁଦ୍ଧା ଦେଶରୁ ସମୁଦାୟ ୨ କୋଟି ୯୯ ଲକ୍ଷ ୩୩ ହଜାର ୩୮ ଜଣ ଆରୋଗ୍ୟ ଲାଭ କରିିଥିବା ବେଳେ ସୁସ୍ଥ ହାର ୯୭.୨ ପ୍ରତିଶତରେ ପହଞ୍ଚିଛି।

ଦେଶରେ ବର୍ତ୍ତମାନ ପଜିଟିଭ୍‌ ହାର ରହିଛି ୩ ପ୍ରତିଶତ ତଳେ। ଗତ ୧୯ ଦିନ ମଧ୍ୟରେ ପଜିଟିଭ୍‌ ହାର ୩ ପ୍ରତିଶତରୁ ତଳେ ରହିଥିବା ରେକର୍ଡ ହୋଇଛି।

 

The post ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨,୭୬୬ କରୋନା ଆକ୍ରାନ୍ତ ଚିହ୍ନଟ first appeared on Sambad.

from କରୋନା | Sambad https://ift.tt/3xxPnsW

Post a Comment

0 Comments