ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ସଂକ୍ରମଣରୁ ୨୩୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮୦ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୫ ହଜାର ୫୨୬ରେ ପହଂଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରେ ଆଜି ୪୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ପୁରୀରୁ ୧୫୦, ବାଲେଶ୍ୱରରୁ ୧୪୯, ମୟୂରଭଂଜରୁ ୧୨୨, ଯାଜପୁରରୁ ୯୯, ଜଗତସିଂହପୁରରୁ ୯୬, ଭଦ୍ରକରୁ ୯୩, ନୟାଗଡ଼ରୁ ୭୨, କେନ୍ଦୁଝରରୁ ୬୦ ଓ ଅନୁଗୁଳରୁ ୫୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ସୁନ୍ଦରଗଡ଼ରୁ ୫୭, କେନ୍ଦ୍ରାପଡ଼ାରୁ ୫୬, ଢେଙ୍କାନାଳରୁ ୪୮, କୋରାପୁଟରୁ ୪୨, ରାୟଗଡ଼ାରୁ ୩୮, ମାଲକାନଗିରିରୁ ୩୪, ସମ୍ବଲପୁରରୁ ୨୪, କନ୍ଧମାଳରୁ ୨୩, ସୁବର୍ଣ୍ଣପୁରରୁ ୧୨, ବୌଦ୍ଧରୁ ୧୧, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୮, ଗଂଜାମରୁ ୬, ନବରଂଗପୁରରୁ ୫, ଦେବଗଡ଼ରୁ ୪, ବରଗଡ଼ ଓ ଗଜପତିରୁ ୩ ଜଣ ଲେଖାଏଁ, ବଲାଙ୍ଗୀରରୁ ୨, ନୂଆପଡ଼ାରୁ ଜଣେ ଏବଂ ରାଜ୍ୟପୁଲରୁ ୧୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୨୩୧୭ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮୦ first appeared on Sambad.

from କରୋନା | Sambad https://ift.tt/3erpof8