କରୋନା ତୃତୀୟ ଲହରକୁ ନେଇ ସତର୍କ କରାଇଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର

ଭୁବନେଶ୍ବର: କରୋନା ତୃତୀୟ ଲହରକୁ ନେଇ ଆଇଆଇଟି କାନପୁରର ଆକଳନ ପରେ ସତର୍କ କରାଇ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ଡାକ୍ତର ନିରୋଜ ମିଶ୍ର କହିଛନ୍ତି, ଅଗଷ୍ଟରେ କଟକଣା କୋହଳ ହେବା ଅନୁଚିତ। ତୃତୀୟ ଲହର ନଭେମ୍ବର ସୁଦ୍ଧା ଆସିବା ନେଇ ଆକଳନ କରାଯାଉଥିବାରୁ ନଭେମ୍ବର ପୂର୍ବରୁ ରାଜ୍ୟରେ ସଂପୂର୍ଣ୍ଣ ଟିକାକରଣ କରିବା ପାଇଁ ଡାକ୍ତର ନିରୋଜ ମିଶ୍ର ପରାମର୍ଶ ଦେଇଛନ୍ତି। ସେପଟେ କରୋନାର ତୃତୀୟ ଲହରକୁ ନେଇ ବଡ଼ ଆକଳନ କରିଛି କାନପୁର ଆଇଆଇଟି ମଡେଲ।

କାନପୁର ଓ ହାଇଦ୍ରାବାଦ ଆଇଆଇଟିର ଗବେଷକମାନଙ୍କ ଦ୍ୱାରା ପ୍ରସ୍ତୁତ କୋଭିଡ୍-୧୯ର ଗାଣିତିକ ମଡେଲ ଅନୁସାରେ ବଡ଼ ଆକାରରେ ଆସିନପାରେ ତୃତୀୟ ଲହର। କାନପୁର ଆଇଆଇଟି ପ୍ରଫେସର ମନିନ୍ଦ୍ର ଅଗୱାଲଙ୍କ ନେତୃତ୍ୱରେ ପ୍ରସ୍ତୁତ ମଡେଲ ଅନୁସାରେ ଅତି ଖରାପ ସ୍ଥିତି ଆସିଲେ ବି ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ସର୍ବାଧିକ ଦୈନିକ ୨ଲକ୍ଷ ଲୋକ ସଂକ୍ରମିତ ହୋଇପାରନ୍ତି। ଏଥିସହ କୋଭିଡ୍ ଗାଇଡଲାଇନ କଡ଼ାକଡ଼ି ପାଳନ କରିବାକୁ କାନପୁର ଆଇଆଇଟି ମଡେଲରେ କୁହାଯାଇଛି ।

The post କରୋନା ତୃତୀୟ ଲହରକୁ ନେଇ ସତର୍କ କରାଇଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର first appeared on Sambad.

from କରୋନା | Sambad https://ift.tt/2UqklEr

Post a Comment

0 Comments