
ନୂଆଦିଲ୍ଲୀ : କୋଭିଡ୍-୧୯ରୁ ସୁରକ୍ଷା ଦେବା ଲାଗି ପିଲାଙ୍କ ପାଇଁ ବିକାଶ କରାଯାଉଥିବା ଟିକା ଉପରେ ପର୍ଯ୍ୟାପ୍ତ ଗବେଷଣା ହେବା ଆବଶ୍ୟକ। ଉପଯୁକ୍ତ ଗବେଷଣା ବିନା ପିଲାଙ୍କୁ କରୋନା ଟିକା ଦିଆଗଲେ ଏହା ବିପର୍ଯ୍ୟୟ ଆଣିବ ବୋଲି ଦିଲ୍ଲୀ ହାଇକୋର୍ଟ ଆଜି ସତର୍କ କରାଇ ଦେଇଛନ୍ତି। ଏଥିସହିତ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପିଲାଙ୍କ କରୋନା ଟିକାର ଗବେଷଣା କାର୍ଯ୍ୟ ଶେଷ କରିବା ପାଇଁ ଆବେଦନକାରୀ କରିଥିବା ଯୁକ୍ତିକୁ ହାଇକୋର୍ଟ ବିରୋଧ କରିଛନ୍ତି।
ମୁଖ୍ୟ ବିଚାରପତି ଡି ଏନ ପଟେଲ ଏବଂ ବିଚାରପତି ଜ୍ୟୋତି ସିଂହଙ୍କ ଖଣ୍ଡପୀଠ ଏଭଳି ମନ୍ତବ୍ୟ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ କୈଳାସ ବାସୁଦେବ ଯୁକ୍ତି ବାଢ଼ିଥିଲେ ଯେ, ପିଲାମାନଙ୍କ ଟିକା ଗବେଷଣା କେବେ ସୁଦ୍ଧା ଶେଷ ହେବ ସେ ନେଇ ସମୟସୀମା ଧାର୍ଯ୍ୟ କରାଯିବା ଆବଶ୍ୟକ। ତେବେ ଆବେଦନକାରୀ ଯଦି ଏଭଳି ଯୁକ୍ତି ବାଢ଼ନ୍ତି, ତାହେଲେ ଅଦାଲତ ଏହି ମାମଲାରେ ପୂର୍ଣ୍ଣଛେଦ ପକାଇ ଦେବେ ବୋଲି ଚେତାବନୀ ଦେଇଥିଲେ। ଗବେଷଣା ପାଇଁ କୌଣସି ସମୟସୀମା ଧାର୍ଯ୍ୟ କରାଯାଇ ପାରିବ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଦେଇଥିଲେ। ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ର ସରକାର ଶୁକ୍ରବାର ଏକ ସତ୍ୟପାଠରେ କହିଛନ୍ତି, ୧୨ରୁ ୧୮ ବର୍ଷ ବର୍ଗର ପିଲାଙ୍କ ପାଇଁ ଜାଇଡସ୍ କାଡିଲା କମ୍ପାନିର ଟିକା ନିକଟ ଭବିଷ୍ୟତରେ ଉପଲବ୍ଧ ହୋଇପାରେ। ଜାଇଡସ କାଡିଲା ପିଲାଙ୍କ ପାଇଁ ଟିକା ପ୍ରସ୍ତୁତ କରିଛି ଏବଂ ଏହି ଟିକାକୁ ବୈଧାନିକ ସଂସ୍ଥା ଗୁଡ଼ିକର ଅନୁମତି ମିଳିବା ଆବଶ୍ୟକ ବୋଲି କେନ୍ଦ୍ର ସରକାର କହିଛନ୍ତି। ଅହମଦାବାଦର ଏହି ଔଷଧ କମ୍ପାନି ଚଳିତମାସ ୧ ତାରିଖରେ ଜାଇକୋଭ୍-ଡି ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ମାଗିଥିଲା। ତେବେ ଅଧିକ ତଥ୍ୟ ମିଳିନଥିବାରୁ ଏହାକୁ ଅନୁମତି ମିଳିନାହିଁ।
The post ସତର୍କ କରାଇଲେ ଦିଲ୍ଲୀ ହାଇକୋର୍ଟ: ଉପଯୁକ୍ତ ଗବେଷଣା ବିନା ପିଲାଙ୍କୁ ଟିକାଦାନ ବିପଦ first appeared on Sambad.ଶିଶୁଙ୍କ ପାଇଁ ଉପଯୁକ୍ତ ଯୋଜନା ଆବଶ୍ୟକ: ସ୍ବାସ୍ଥ୍ୟ ମନ୍ତ୍ରାଳୟ
ନୂଆଦିଲ୍ଲୀ : ଦେଶରେ ବିଭିନ୍ନ ଜିଲ୍ଲାରେ ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଚିନ୍ତା ପ୍ରକଟ କରିଛନ୍ତି। ପ୍ରାୟ ୪୭ ଜିଲ୍ଲାରେ ପଜିଟିଭ୍ ହାର ୧୦ ପ୍ରତିଶତରୁ ଅଧିକ ରହିଛି। ଶିଶୁମାନେ ମଧ୍ୟ ଆଗକୁ ବିପଦରେ ରହିପାରନ୍ତି। ତେଣୁ ସେମାନଙ୍କୁ ସୁରକ୍ଷା ଦେବାପାଇଁ ଉପଯୁକ୍ତ ଯୋଜନାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ୍ କହିଛନ୍ତି। ଦେଶରେ ବିଭିନ୍ନ ସ୍ଥାନରେ ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ ହେବାପରେ ଲୋକମାନେ ମାସ୍କ ପିନ୍ଧିବା ମଧ୍ୟ କମାଇ ଦେଇଛନ୍ତି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଚିନ୍ତା ପ୍ରକଟ କରିଛନ୍ତି। କରୋନାର ସମସ୍ତ ନିୟମାବଳି ପାଳନ କରିବାକୁ ସେ ପୁଣିଥରେ ସତର୍କ କରାଇଦେଇଛନ୍ତି। ରାଜ୍ୟମାନେ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବାପାଇଁ ଅଗ୍ରୱାଲ୍ କହିଛନ୍ତି।
from କରୋନା | Sambad https://ift.tt/3BmmFh5
0 Comments