ଭୁବନେଶ୍ବର: କରୋନାର ତୃତୀୟ ଲହର ଆସିବାର ଏ ପର୍ଯ୍ୟନ୍ତ କୌଣସି ଲକ୍ଷଣ ନାହିଁ ଏବଂ କେବେ ଆସିବ କଣ ତାହାର ପ୍ରଭାବ ରହିବ ସେ ନେଇ ଵିଶେଷ ସୂଚନା ନାହିଁ ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି।
ସେ ଆହୁରି କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ସଂକ୍ରମଣର ଯେଉଁ ଟ୍ରେଣ୍ଡ ରହିଛି, ତାହା ଅନ୍ୟ ଦେଶରେ ବି ଦେଖାଯାଇଛି। କିଛି ଜିଲ୍ଲାରେ ଅଧିକ ସଂକ୍ରମଣ ରହୁଥିଲେ ବି ପୂର୍ବ ଅପେକ୍ଷା ବହୁତ କମିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିୟମଗୁଡ଼ିକ ଦର୍ଶାଉଛି ପାଣ୍ଡେମିକ ସମୟରେ ଚିକିତ୍ସାକୁ ପ୍ରାଥମିକତା ଦେବା ଦରକାର। ପାଣ୍ଡେମିକ ଶେଷ ହେବା ପରେ ଡେଥ ସଂଖ୍ୟାର ହିସାବ ଦିଆଯାଇଥାଏ । ବିଭିନ୍ନ ରାଜ୍ୟରେ ମଧ୍ୟ ଏହି ପଦ୍ଧତିକୁ ଆପଣେଇଛନ୍ତି। ବିଭିନ୍ନ ଦିଗକୁ ଅଵଲୋକନ କରିବା ପରେ ଅନଲକ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ସଂକ୍ରମଣ ହାର, ରୋଗୀଙ୍କ ସଂଖ୍ୟା ଏବଂ ଲୋକମାନଙ୍କର କୋଭିଡ ଗାଇଡଲାଇନକୁ ଦେଖି ଅନଲକ ସମ୍ପର୍କରେ ନିଷ୍ପତ୍ତି ନେବୁ।
The post କରୋନାର ତୃତୀୟ ଲହର ଆସିବାର ଏ ପର୍ଯ୍ୟନ୍ତ କୌଣସି ଲକ୍ଷଣ ନାହିଁ: ଡିଏମଇଟି first appeared on Sambad.
from କରୋନା | Sambad https://ift.tt/3eS9D0P
0 Comments