ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ୩୨୬୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ କଟକ ଜିଲ୍ଲାରୁ ୪୬୭ ଜଣ ସାମିଲ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୮୪ ହଜାର ୨୬୨ରେ ପହଂଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଆଜି ଖୋର୍ଦ୍ଧା ଜିଲ୍ଲାରୁ ମଧ୍ୟ ୪୬୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ୨୬୭, ବାଲେଶ୍ୱରରୁ ୨୪୬, ଭଦ୍ରକରୁ ୧୯୯, ପୁରୀରୁ ୧୮୬, ଜଗତସିଂହପୁରରୁ ୧୬୨, ମୟୂରଭଂଜରୁ ୧୩୭, ଅନୁଗୁଳରୁ ୧୧୬, ନୟାଗଡ଼ରୁ ୧୦୭ ଓ କୋରାପୁଟ ଜିଲ୍ଲାରୁ ୯୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସୁନ୍ଦରଗଡ଼ରୁ ୯୦, ବରଗଡ଼ ଏବଂ କେନ୍ଦ୍ରାପଡ଼ାରୁ ୬୮ ଲେଖାଏଁ, ଢେଙ୍କାନାଳରୁ ୬୨, ନବରଂଗପୁର ଏବଂ ରାୟଗଡ଼ାରୁ ୫୮ ଲେଖାଏଁ, ମାଲକାନଗିରିରୁ ୫୭, କେନ୍ଦୁଝରରୁ ୫୪, ସୁବର୍ଣ୍ଣପୁରରୁ ୪୩, ସମ୍ବଲପୁରରୁ ୨୭, ବୌଦ୍ଧରୁ ୨୫, କନ୍ଧମାଳରୁ ୨୪, ଗଜପତି ଏବଂ କଳାହାଣ୍ଡିରୁ ୨୦ ଜଣ ଲେଖାଏଁ, ବଲାଙ୍ଗୀରରୁ ୧୬, ଝାରସୁଗୁଡ଼ା ଏବଂ ନୂଆପଡ଼ାରୁ ୯ ଜଣ ଲେଖାଏଁ, ଦେବଗଡ଼ରୁ ୫ ଓ ରାଜ୍ୟପୁଲରୁ ୮୧ ଜଣ ସୁସ୍ଥ ହୋଇଛନ୍ତି ।

The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୩୨୬୫ ଆକ୍ରାନ୍ତ, କଟକ ଜିଲ୍ଲାରୁ ସର୍ବାଧିକ ୪୬୭ first appeared on Sambad.

from କରୋନା | Sambad https://ift.tt/2TlIFHJ