
ଭୁବନେଶ୍ବର: ଆଉ ମାତ୍ର ଦୁଇ ଦିନ ପରେ ରାଜ୍ୟ ସରକାର ଲାଗୁ କରିିଥିବା ଲକ୍ଡାଉନ୍ ଅବଧି ଶେଷ ହେବ। ଏ ନେଇ ପରିବାର ଓ ସ୍ୱାସ୍ଥ୍ୟ କଲ୍ୟାଣ ନିର୍ଦ୍ଦେଶକ ବିଜୟ ମହାପାତ୍ର ନିଜର ବୟାନ ଦେଇ କହିଛନ୍ତି କି, ‘ରାଜ୍ୟରେ କରୋନା ସଂକ୍ରମଣ କମୁଛି, ମାତ୍ର ଆମେ ସ୍ଥିତି ଉପରେ ନଜର ରଖୁଛୁ। ପଡୋଶୀ ଛତିଶଗଡ଼ରେ ସଂକ୍ରମଣ କିଛିଟା ବଢ଼ିଛି। ତେଣୁ ନୂଆପଡ଼ା ଉପରେ ଆମେ ନଜର ରଖିଛୁ। ଆମକୁ ସଜାଗ ରହିବାକୁ ପଡିବ। ସରକାର ସବୁ କଥା ଦେଖି ୧୬ ତାରିଖରେ ସରୁଥିବା ଲକଡାଉନ ଉପରେ ନିଷ୍ପତ୍ତି ନେବେ।’
ସେହିପରି ଡିଏମଏଟିର ଡାକ୍ତର ସି ବି କେ ମହାନ୍ତି କହିିଛନ୍ତି, ‘କେନ୍ଦ୍ର ସରକାରଙ୍କ କହିବା ଅନୁସାରେ ବର୍ତ୍ତମାନ ବ୍ରିଟେନ, ରୁଷିଆ, ବାଂଲାଦେଶ, ଇଣ୍ଡୋନେସିଆରେ ତୃତୀୟ ଲହର ଚାଲିଛି। ମାତ୍ର ଭାରତରେ ଏଯାଏ ତୃତୀୟ ଲହର ଆସିନି। ତୃତୀୟ ଓ ଚତୁର୍ଥ ଲହର ଆସିପାରେ। ହେଲେ ବର୍ତ୍ତମାନ ଓଡ଼ିଶାରେ ସଂକ୍ରମଣ ତଳମୁହାଁ ଅଛି। ୧୬ ପରେ ପରିସ୍ଥିତି ଦେଖି ଅନଲକ କରାଯିବ।’
The post ‘ସରକାର ସବୁ ଦିଗକୁ ଦୃଷ୍ଟିରେ ରଖି ୧୬ ତାରିଖରେ ସରୁଥିବା ଲକଡାଉନ ଉପରେ ନିଷ୍ପତ୍ତି ନେବେ’ first appeared on Sambad.from କରୋନା | Sambad https://ift.tt/3xGbwFl
0 Comments